Site icon Odisha.com

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରାବିଜ୍ଞାନ କଂଗ୍ରେସ ଉଦଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବ୍ୟିାଳୟରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦଘାଟନ କରିଛନ୍ତି ।

ଉ୍ ଘାଟନ ଉତ୍ସବବରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ,
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବିଳାସ ରାଓ ଦେଶମୁଖ,
ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

କୃଷି, ଜଳ, ଶକ୍ତି ଏବଂ ସୌରଶକ୍ତି ଉପରେ ଅଧିକ ଗବେଷଣା କରାଯିବ ଏବଂ ବୈଜ୍ଞାନିକ
ଗବେଷଣାକୁ ୧୨ତମ ପଂଚ ବାର୍ଷିକ ଯୋଜନାରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଜ୍ଞାନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏହାର ଗବେଷଣା କ୍ଷେତ୍ରରେ ବୃତି ବ୍ୟବସ୍ଥା କରାଯିବା ସହ ଜିଡ଼ିପିର ଦୁଇ ପ୍ରତିଶତ ଗବେଷଣାରେ ଖର୍ଚ୍ଚ ହେବ, ସେ କହିଛନ୍ତି ।

ସାମାଜିକ ବିକାଶ ଦିଗରେ ବିଜ୍ଞାନ ମୁଖ୍ୟ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଆୟୋଜିତ ଉତ୍ସବରେ ସଫଳ ଓଡ଼ିଆ ଆଦିବାସୀ ଚାଷୀ ଭାବରେ କୋରାପୁଟ ଜିଲ୍ଲାର ରଚିତା ମୁୁଲି ଏବଂ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିଛନ୍ତି ।

ଜାନୁୟାରୀ ୩-୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି କଂଗ୍ରେସରେ ୧୧ଜଣ ନୋବେଲ୍ ବିଜେତା ଓ
ବୈଜ୍ଞାନିକଙ୍କ ସହ ପ୍ରାୟ ୧୫,୦୦୦ ଅତିଥି ଯୋଗ ଦେଇଛନ୍ତି ।

ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର) ଏବଂ କିଟ୍
ବିଶ୍ୱବିଦ୍ୟାଳୟ ଦ୍ୱାରାମିଳିତ ଭାବରେ ଏହାର ଆୟୋଜନ କରାଯାଇଛି । ଦୀର୍ଘ ୩୪ ବର୍ଷ ପରେ ଓଡିଶାରେ ଏହା ଆୟୋଜିତ ହେଉଛି ।

ଏହାର ଅଧିବେଶନ ପ୍ରତିବର୍ଷ ଜାନୁୟାରୀ ୩ ତାରିଖରେ ଭାରତର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ । ୧୯୧୪ ମସିହାରେ ପ୍ରଥମଥର ପାଇଁ କୋଲକାତାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା ।

ବୁଧବାର ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ । ଏହାକୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବୁଲ କାଲାମ ଉଦଘାଟନ କରିବେ । ଏଥିରେ ମାନବସମ୍ବଳ ବିକାଶ କେନ୍ଦ୍ରମନ୍ତ୍ରୀ କପିଳ ସିବଲ, କେନ୍ଦ୍ରମନ୍ତ୍ରୀ ବିଳାସରାଓ ଦେଶମୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗୁରୁବାର ଆୟୋଜିତ ମହିଳା ବିଜ୍ଞାନ କଂଗ୍ରେସକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରୂତ ନିରୂପମା ରାଓଉଦଘାଟନ କରିବେ ।

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍, ସମ୍ମାନୀୟ ଅତିଥି ଭାବେ ମାନବସମ୍ବଳ ରାଷ୍ଟମନ୍ତ୍ରୀ ଡି.
ପୁରନ୍ଦେଶ୍ୱରୀ,ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ତଥା ବିଜ୍ଞାନ ଓ ପ୍ରଯୁକ୍ତିମନ୍ତ୍ରୀ ଉଷା ଦେବୀ, ୟୁନେସ୍କୋର
ନେଚୁରାଲ୍ ସାଇନ୍ସର ଡାଇରେକ୍ଟର ଜେନେରାଲ ଓ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ପ୍ରଫେସର ଗୀତା ବାଲି ଯୋଗ ଦେବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version