Site icon Odisha.com

କ୍ରୀଡ଼ାରେ ଭଦ୍ରକ ଜିଲ୍ଲା ଆଥ୍ଲେଟିକ୍ ସଂଘର ସଫଳତା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବାରବାଟୀ ଷ୍ଟାଡ଼ିୟମରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲା ଆଶାନୁରୂପ ସଫଳତା ହାସଲ କରିଛି ।

୨୦ ବର୍ଷ ବାଳକ ବର୍ଗର ଲଙ୍ଗଜମ୍ପରେ ପବିତ୍ର ସାହାଣୀ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ସେହି ବର୍ଗରେ ସେ ଟ୍ରିପଲ୍ ଜମ୍ପ୍ ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି । ମହିଳା ବର୍ଗରେ ପୁଷ୍ପଲତା ଦାସ ଟ୍ରିପଲ୍ ଜମ୍ପ୍ ରେ ରଜତ ପଦକ ଓ ୧୦୦ ମି.ବାଧା ଦୌଡ଼ରେ କାଂସ୍ୟ ପଦକ ପାଇଛନ୍ତି ।

ସେହିପରି ୧୬ ବର୍ଷୀୟ ବାଳିକା ବର୍ଗର ଜାଭେଲିନ୍ ଥ୍ରୋରେ ମଲ୍ଲିମାଳା ପଣ୍ଡା କାଂସ୍ୟ, ୧୮ ବର୍ଷୀୟ ବାଳିକା ବର୍ଗର ଟ୍ରିପଲ୍ ଜମ୍ପ୍ ରେ ଉତ୍କଳିକା ପ୍ରଧାନ କାଂସ୍ୟ ପଦକ, ୨୦ ବର୍ଷୀୟ ବାଳିକା ବର୍ଗର ସଟ୍ପୁଟ୍ ଓ ହାମର୍ ଥ୍ରୋ ଇଭେଂଟରେ ଶୁଭଶ୍ରୀ ସାହୁଦୁଇଟି କାଂସ୍ୟ ପଦକ ପାଇଛନ୍ତି ।

କାଦମ୍ବିନୀ ଧଳ ଲଙ୍ଗଜମ୍ପରେ କାଂସ୍ୟ ପଦକ ପାଇଥିବା ବେଳେ ୨୦ ବର୍ଷୀୟ ବାଳକ ବର୍ଗରେ ଗୋବର୍ଦ୍ଧନ ପାତ୍ର କାଂସ୍ୟ ପଦକ ପାଇଛନ୍ତି ।

କ୍ରୀଡ଼ା ଅଧ୍ୟାପକ ବାଇଧର ମହାକୁଡ଼ ପୁରୁଷ ବିଭାଗର ଓ ମମତା ଦାସ ମହିଳା ବିଭାଗର କୋଚ୍ ରୂପେ ଦାୟିତ୍ୱ ବହନ କରିଥିଲେ । ଭଦ୍ରକ ଜିଲ୍ଲା ଆଥ୍ଲେଟିକ ଆସୋସିଏସନ୍ ସାଧାରଣ ସମ୍ପାଦକ ଧୀରେନ୍ ପଲାଇ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version