Site icon Odisha.com

ମାଧୋବାବାଙ୍କ ବ୍ରହ୍ମଲୀନ ଦିବସ ପାଳିତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ ଜିଲ୍ଲାର ଭଟଲି ସ୍ଥିତ ଶ୍ରୀ ଶ୍ୟାମ ବିହାରୀ ମନ୍ଦିରର ମୂଖ୍ୟ ଉ୍ୟାଦେକ୍ତା ତଥା ସିଦ୍ଧଯୋଗୀ ମାଧୋବାବାଙ୍କ ବ୍ରହ୍ମଲୀନ ଦିବସ ମଙ୍ଗଳବାର
ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ବାବାଙ୍କ ପ୍ରତିକୃତୀକୁ ତାଙ୍କ କୁସନପୁରୀ ସ୍ଥିତ ଆଶ୍ରମରୁ ଏକ ବର୍ଣ୍ଣାଢ଼୍ୟ
ଶୋଭାଯାତ୍ରାରେ ଭଟଲି ସ୍ଥିତ ଶ୍ୟାମ ବିହାରୀ ମନ୍ଦିର ପରିସରରେ ଥିବା ସମାଧି ସ୍ଥଳରେ ପଂହଁଚିଥିଲା ।

ବାବାଙ୍କ ସମାଧି ସ୍ଥଳରେ ଥିବା ତାଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ଦିର ନିର୍ମାଣରେ ଥିବା ତାଙ୍କ ଅବାନକୁ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅବଲୋକିତ କରିଥିଲେ । ଅପରାହ୍ନରେ ବାବାଙ୍କ ଆଶ୍ରମରେ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶ୍ୟାମ ବିହାରୀଙ୍କ ପ୍ରଥମ ମନ୍ଦିର ରାଜସ୍ଥାନ ରାଜ୍ୟର ଖାଟୁ ଠାରେ ଥିବାବେଳେ ଜିଲ୍ଲାର ଭଟଲି ଠାରେ ଅଛି ଭାରତରଦ୍ୱିତୀୟ ଶ୍ୟାମ ବିହାରୀଙ୍କ ଭବ୍ୟ ମନ୍ଦିର ।

ସମାରୋହରେ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version