Site icon Odisha.com

ଇ-ଟିଭିର ନୂତନ ମାଲିକାନା ରିଲାଏନ୍ସ ଟିଭି ୧୮ ହାତରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଇଟିଭି ଓଡ଼ିଆ ସମେତ ଇନାଡୁ ଗୃପରେ ଥିବା ନିବେଶକୁ ରିଲାଏନ୍ସ ଟିଭି ୧୮ ଗ୍ରୁପ୍ କୁ ହସ୍ତାନ୍ତର କରିଛି ।

ରିଲାଏନ୍ସର ଅନ୍ୟତମ ସବସିଡାରୀ କମ୍ପାନୀ ଇନଫୋଟେଲ ସହ ଟିଭି୧୮ର ହୋଇଥିବା ବୁଝାମଣା ପତ୍ରରୁ ଏହା ଜଣାପଡିଛି ।

ଇନଫୋଟେଲ ବ୍ରଡବ୍ୟାଣ୍ଡ ସର୍ଭିଶେଷ ଲିମିଟେଡ ଓ ଟିଭି ୧୮ ବ୍ରଡକାଷ୍ଟ ଲିମିଟେଡ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ ଇନଫୋଟେଲ ପକ୍ଷରୁ ସ୍ଥାପିତ ହେବାକୁ ଥିବା ୪ଜି ସେବା ପ୍ରଦାନ କ୍ଷେତ୍ରରେ ଟିଭି ୧୮ ଗ୍ରୁପ୍ ର ସମସ୍ତ ଚ୍ୟାନେଲ ବା ମିଡିଆ ସଂସ୍ଥାରେ ଇନଫୋଟେଲକୁ
ପ୍ରାଥମିକତା ଦିଆଯିବ ।

ଇନଫୋଟେଲ ଇତିମଧ୍ୟରେ ଦେଶବ୍ୟାପୀ ତାହାର ୪ଜି ବ୍ରଡବ୍ୟାଣ୍ଡ ସେବାକୁ ସ୍ଥାପନା କରିବାକୁ ଯାଉଛି । ଏହି ଅବସରରେ କମ୍ପାନୀ ତାହାର ନୁତନ ଚୁକ୍ତି ବଳରେ ନ୍ୟୁଜ, ମ୍ୟୁଜିକ୍, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ କ୍ଷେତ୍ରରେ ସୂଚନା ଯୋଗାଇପାରିବ ।

ଏ କ୍ଷେତ୍ରରେ ରିଲାଏନ୍ସ ୨୬୦୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଇନାଡୁ ଟିଭିର ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଉର୍ଦ୍ଧୁ, କନ୍ନଡ, ମରାଠୀ, ଗୁଜୁରାଟୀ, ବାଙ୍ଗଲା ଓ ଓଡିଆ ଚ୍ୟାନେଲରେ ୧୦୦ ପ୍ରତିଶତ ଅଂଶଧନ ଓ ଇନାଡୁ ତେଲୁଗୁ ଓ ତେଲଗୁ ନ୍ୟୁଜ୍ ରେ ୪୯ ପ୍ରତିଶତ ଅଂଶଧନ ପାଇଁ ଟିଭି ୧୮ ଗ୍ରୁପ ସହ ଚୁକ୍ତି ବଦ୍ଧ ହୋଇଛି ।

ଏହି କମ୍ପାନୀ ଦ୍ଵୟରେ ହେବାକୁ ଥିବା ସମୁଦାୟ ନିବେଶକୁ ରିଲାଏନ୍ସ ତାହାର ଏକ ଟ୍ରଷ୍ଟ ଦ୍ଵାରା ପରିଚାଳିତ କରିବ ଏବଂ କମ୍ପାନୀ ଦ୍ଵୟର ପରିଚାଳନାଗତ ଟ୍ରଷ୍ଟରେ ମଧ୍ୟ ରିଲାଏନ୍ସର ସ୍ୱତନ୍ତ୍ର ଟ୍ରଷ୍ଟକୁ ପ୍ରାଥମିକତା ଦିଆଯିବ ।

ଆଗାମୀଦିନରେ ଇନଫୋଟେଲ ୪ଜି ବ୍ୟବହାରକାରୀ ଏହି ଟିଭି୧୮ଗ୍ରୁପ ଦ୍ୱାରାପରିଚାଳିତ ପ୍ରାୟ ୨୫ଟି ଚ୍ୟାନେଲର ଲାଇଭ ଟିଭି ଖେିପାରିବେ । ଏବଂ ଏହାର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରିବା ସହ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version