Site icon Odisha.com

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଳି ଦ।ବିରେ ସ୍କୁଲ ଫାଟକରେ ତାଲା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖି କାଯ୍ୟକୁ ବିରୋଧ କରି ତାଙ୍କ ବଳି ଦ।ବିରେ ବୁଧବାର ଭଦ୍ରକ ଠାରେ ଶତାଧିକ ମହିଳା ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି ।

ଚରମ୍ପା-ଖଣ୍ଡିଆ ବଜାର ଆଦିବାସୀ ସାହି ପ୍ରାଥମିକ ବ୍ୟିାଳୟରେ ୧୫୦ରୁ ଉଦ୍ଧ୍ୱର୍ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଠିକ୍ ଭାବରେ ପାଠ ପଢା ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପ୍ରଧାନଶିକ୍ଷୟିତ୍ରୀ ଭୋଜିଭାତରେ ମାତୁଛନ୍ତି । ପିଲାମାନଙ୍କୁ ଭୋଜିଭାତର ଅଇଁଠା ବାସନ କୁସନ ମଜାଉଛନ୍ତି ଏବଂ ବହୁ ସମୟରେ ତାଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀମାନେ ପାଠପଢ଼ା ବେଳେ ସୁଇଟର ମଫଲର ଭଳି ପୋଷାକ ବୁଣିବାରେ ସମୟ ବିତାଉଥିବା ସେମାନେ କହିଛନ୍ତି ।

ବିଦ୍ୟାଳୟରେ ଖାଲି ପଡ଼ିଥିବା ଗୃହରେ ଅଙ୍ଗନବାଡ଼ି ବିଦ୍ୟାଳୟର ପିଲାମାନଙ୍କୁ ପଢ଼ାଇବା ପାଇଁ ଦ।ବି ହୋଇଆସୁଥିଲେ ମଧ୍ୟ ତାଙ୍କ ପ୍ରରୋଚନାରେ ଏଥିପାଇଁ ଅନୁମତି ନମିଳିବାରୁ ବହୁ ପିଲା ପାଠପଢ଼ାରୁ ବଂଚିତ ହେଉଛନ୍ତି ।

ଘଟଣାସ୍ଥଳରେ ବିଡ଼ିଓ ରମେଶ ଜେନା ପହଂଚି ଆସନ୍ତା ୩ମାସ ମଧ୍ୟରେ ଦ।ବି ପୂରଣର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version