Site icon Odisha.com

ଛଟେଇ କର୍ମୀଙ୍କ ପୁନଃ ନିଯୁକ୍ତି ଦ।ବିରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଛଟେଇ କର୍ମୀଙ୍କୁ ପୁନଃ ନିଯୁକ୍ତି ଦ।ବିରେ ଭଦ୍ରକ ଠାରେ ବୁଧବାର ଅଙ୍ଗନୱାଡି କର୍ମଚାରୀ ଓ ସହାୟିକାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଭାରତୀୟ ମଜୁର ସଂଘ ଦ୍ୱାରାପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାକର୍ସ ଆସୋସିଏସନ ଡ଼ାକରାରେ ପ୍ରାୟଦୁଇହଜାରରୁ ଅଧିକ କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

ସୂଚନାଯୋଗ୍ୟ ଯେ ଗତ ୨୦୧୦ ଅକ୍ଟୋବରରେ ଧାମନଗର ସମ୍ବନ୍ନିତ ଶିଶୁବିକାଶ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟ କରିବାପାଇଁ ସହାୟିକା ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ସେହିିନ ଠାରୁ ଏହି କର୍ମଚାରୀମାନେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ କୌଣସି କାରଣ ନଥାଇ ଉପଜିଲ୍ଲାପାଳ ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣିଙ୍କ ନିର୍ଦ୍ଦେଶରେ ୬୧ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

ଏହା ଅଗଣତାନ୍ତ୍ରିକ ବୋଲି ସଂଗଠନ ଦ।ବି କରି ୬୧ ଜଣ ବିଧବା, ସ୍ୱାମୀ ପରିତ୍ୟକ୍ତା, ନିଃସହାୟା, ବିକଳାଙ୍ଗ ମହିଳାଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ନେଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ସଂଘ ତରଫରୁ  ଚେତାବନୀ ଦିଆଯାଇଛି ।

ନିଯୁକ୍ତି ଦିଆଯିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହା ଅନୁମୋଦନ କରାଯାଇଥିବା ବେଳେ ପରେ କେଉଁ କାରଣ ଦର୍ଶାଇ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଯଦି ଏମାନଙ୍କ ନିଯୁକ୍ତି ବେଆଇନ ତେବେ ପ୍ରଥମେ ଜିଲ୍ଲାପାଳ ଇସ୍ତଫା ଦିଅନ୍ତୁ ବୋଲି ମଜୁର ସଂଘର ରାଜ୍ୟ ସଂଗଠନ ସଂପାଦକ ଶାନ୍ତନୁ କୁମାର ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version