Site icon Odisha.com

କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁବାସ ରାଉତକୁ ପୋଲିସ ଗୁରୁବାର ଗିରଫ କରିଛି ।

ଜଗତସିଂହପୁର ପୋଲିସର ସ୍ୱତନ୍ତ୍ର ଦଳ ସୁବାସକୁ ପୁଡ଼ୁଚେରୀରୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବାଣ ବିସ୍ଫୋରଣ ପରେ ସେ ଫେରାର୍ ଥିଲା ।

ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶକୁ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠଜଣ ଆହତ ହୋଇଥିଲେ ।

ପରେ ଚିକିତ୍ସିତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଚାରି ଜଣ ଚିକିତ୍ସାଧିନ ଅଛନ୍ତି ।

ଏହି ବିସ୍ଫୋରଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଶାସକ ଦଳ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version