Site icon Odisha.com

ଗବେଷଣାରେ ମହିଳାଙ୍କ ଅବଦାନ ରହିଛି: ନିରୂପମା ରାଓ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ବିଜ୍ଞାନ ଗବେଷଣା କ୍ଷେତ୍ରରେ ମହିଳାଙ୍କ ଅବଦାନ ରହିଛି, ଗୁରୁବାର ଭାରତୀୟ ବିଜ୍ଞାନ କଂଗ୍ରେସର ତୃତୀୟଦିନରେ ମହିଳା ବିଜ୍ଞାନ କଂଗ୍ରେସକୁ ଉ୍ଘାଟନ କରି ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନିରୂପମା ରାଓ କହିଛନ୍ତି ।

ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ବୃଦ୍ଧି ପାଇଛି ଏବଂ ଏଥିପ୍ରତି ମହିଳାଙ୍କୁ ଆକୃଷ୍ଟ କରାଯାଉ, ସେ କହିଛନ୍ତି । ୧୯୫୦ରେ ଦେଶ ରେ ମାତ୍ର ୫୦ ଜଣ ମହିଳା ପିଏଚ୍ଡ଼ିଧାରୀ ଥିବା ବେଳେ ବର୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ଛଅ ହଜାରରେ ପହଂଚିଛି, ସେ କହିଛନ୍ତି ।

ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ଼ି.ପୁରନ୍ଦେଶ୍ୱରୀ,
ୟୁନେସ୍କୋର ଉପମହାନିର୍ଦ୍ଦେଶକ, ଜି.କଲୋନ୍ଜି ଏବଂ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

ବିଜ୍ଞାନ ପ୍ରଯୁକ୍ତିରେ ମହିଳାଙ୍କ ପ୍ରବେଶ ଏକ ଆହ୍ୱାନ ଏବଂ ବିଜ୍ଞାନ ସାଧାରଣ ସମସ୍ୟା ଦୂର କରିପାରିବ ବୋଲି ଉ୍ବୋଧନ ଦେଇ କଲୋନ୍ଜି କହିଛନ୍ତି ।

ସେହିପରି ସ୍ୱାଧୀନତା ପରଠାରୁ ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ସ୍କୁଲକୁ ଅଧିକ ଝିଅଙ୍କୁ କିପରି ଅଣାଯାଇପାରିବ ସେଥିପାଇଁ ଉଦ୍ୟମ ଚାଲିଛି, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁରନ୍ଦେଶ୍ୱରୀ କହିଛନ୍ତି ।

୩ ତାରିଖ ଠାରୁ କିଟ୍ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିବା ୯୯ ତମ ବିଜ୍ଞାନ କଂଗ୍ରେସ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଥର ପାଇଁ ମହିଳା ବିଜ୍ଞାନ କଂଗ୍ରେସର ଆୟୋଜନ କରାଯାଇଥିବା ବେଳେ ଏହା ଦୁଇଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version