Site icon Odisha.com

ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସହାୟତା ଘୋଷଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ସକାଳେ କନ୍ଧମାଳ ଜିଲ୍ଲାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ଏଥିରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆଠ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ବୀମା ସହାୟତା ଦଶ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।

ଏହାବ୍ୟତୀତ ମୃତ ବ୍ୟକ୍ତିଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ସ୍ୱତନ୍ତ୍ର ପରିବାର ପେନ୍ସନ୍ଯୋ ଯୋଗାଇ ଦେବା ସହ ଆହତ ପୋଲିସ କର୍ମଚାରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ଆହତ କନେଷ୍ଟବଲ ନାହା ପ୍ରଧାନ, ଲାନ୍ସ ନାୟକ ବସନ୍ତ ବେହେରା ଓ ଗୃହରକ୍ଷୀ ପାଣ୍ଡବଙ୍କ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଗତକାଲି ବିସ୍ଫୋରଣ ହୋଇଥିବା ସ୍ଥାନକୁ ଛଅ ଜଣ ପୋଲିସ କର୍ମଚାରୀ ଏକ ଟାଟା ସୁମୋ ଗାଡ଼ିରେ ଯାଉଥିବା ବେଳେ କୋଟଗଡ଼ ଥାନା ଅର୍ନ୍ତଗତ ଶ୍ରୀରାମପୁର ଗାଁ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ କନେଷ୍ଟବଲ ସୁନାଶିର ମହାନ୍ତି, ଉମାଜାନି ଓ ସଂଗ୍ରାମ ଲେଙ୍କା ପ୍ରାଣ ହରାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version