Site icon Odisha.com

ରାୟଗଡ଼ା: ୨୫୦ କ୍ୱିନ୍ଟାଲ ପିଡ଼ିଏସ୍ ଚାଉଳ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ସହରରେ ଥିବା ଏକ ଧାନ କଳରୁ ସାଧାରଣ ବଂଟନ ବ୍ୟବସ୍ଥା(ପିଡ଼ିଏସ୍) ପାଇଁ ଥିବା ୨୫୦ କ୍ୱିନ୍ଟାଲ ଚାଉଳ ଜବତ କରିଥିବା ପୋଲିସ ଶୁକ୍ରବାର କହିଛି ।

ପୋଲିସର ଏକ ସ୍ୱତନ୍ତ୍ର ଦଳ ଗୁରୁବାର ଭେଙ୍କଟଲକ୍ଷ୍ମୀ ଧାନକଳ ଉପରେ ଚଢାଉ କରି ଏହି ଚାଉଳ ଜବତ କରିବା ସହ ଷ୍ଟୋର ରୁମ୍ରେ ବେଆଇନ ଭାବେ ଗଚ୍ଛିତ ଥିବା ୯୦୦ ବସ୍ତା ଧାନ ଓ ଟ୍ରକ୍ରେ ଥିବା ୧୫୦ ବସ୍ତା ଧାନ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଚଢାଉ ସମୟରେ ଧାନକଳର ମାଲିକ ଭି.ନାରାୟଣ ମୂର୍ତି ପୋଲିସକୁ ୮୦ ହଜାର ଟଙ୍କା ଲାଂଚ ଯାଚିଥିଲେ । ପରେ ଉକ୍ତ ଲାଂଚ ଟଙ୍କା ମଧ୍ୟ ପୋଲିସ ଜବତ କରିଥିଲା ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version