Site icon Odisha.com

୧୫ ସୁଦ୍ଧା ପଂଜୀକୃତ ହେବାକୁ ଖଣି ଲିଜ୍ଧାରୀଙ୍କୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସମସ୍ତ ଖଣି ଲିଜ୍ଧାରୀ ଏବଂ ଖଣି କାରବାର କରୁଥିବା କମ୍ପାନୀ ଗୁଡ଼ିକ ଆସନ୍ତା ୧୫ ତାରିଖ ସୁଦ୍ଧା ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍)ରେ ପଂଜୀକୃତ ହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଧାରିତ ସମୟରେ ଯେଉଁମାନେ ପଂଜୀକୃତ ହେବେ ନାହିଁ ସେମାନଙ୍କୁ ଖଣିଜ ପରିବହନ ଏବଂ
ଉତୋଳନ ପାଇଁ ପରମିଟ୍ ଦିଆଯିବ ନାହିଁ ବୋଲି ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ଆସନ୍ତା ୯ ତାରିଖରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଂଚଳରେ ଏବଂ ଫେବୃୟାରୀ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଂଚଳରେ ଇ-ପର୍ମିଟ୍ ବ୍ୟବସ୍ଥା ଆରମ୍ଭ କରାଯିବ ।

ଖଣିଜ ପଦାର୍ଥ ପରିବହନ ସଂପର୍କିତ ତଥ୍ୟ ରେଳପଥ ସହ ଅ।ଦ।ନ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ
କରାଯିବ ଏବଂ ଏହାଦ୍ୱାରାବେଆଇନ ଖଣି ଖନନକୁ ରୋକା ଯାଇପାରିବ ବୋଲି ବୈଠକରେ
କୁହାଯାଇଛି ।

ଯୋଡ଼ାରେ ଥିବା ଘରୋଇ ରେଲୱେ ସାଇଡ଼ିଂ ଗୁଡ଼ିକର ବ୍ୟବସ୍ଥା ସଂପର୍କରେ ଅବଗତ କରାଯିବା ସହ ଏହି ସାଇଡ଼ିଂ ଗୁଡ଼ିକରେ ଚଳିତ ମାସ ଶେଷ ସୁଦ୍ଧା ସିସିଟିଭି କ୍ୟାମେରା ଲଗାଯିବ ।

ବେଆଇନ ଖଣିଜ ପଦାର୍ଥ ପରିବହନ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ, ଜଙ୍ଗଲ ଏବଂ ଅର୍ଥ
ବିଭାଗର ଗେଟ୍ ଗୁଡ଼ିକକୁ ମଧ୍ୟ ଯାଂଚରେ ସାମିଲ କରାଯିବ । ଚୋରା କାରବାର ରୋକିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ମଧ୍ୟରେ ଆନ୍ତଃ ରାଜ୍ୟ କମିଟି ଗଠନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version