Site icon Odisha.com

ଭିଜିଲାନ୍ସ ହାତରୁ ପୋଲିସ ଅଧିକାରୀ ଫେରାର୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ନିମାପଡ଼ା ଥାନା ଅଧିକାରୀ ଫେରାର୍ ହୋଇଯାଇଥିବା ପୋଲିସ କହିଛି ।

ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ ଶୁକ୍ରବାର ଥାନା ଅଧିକାରୀ ବିମଳ ନାୟକଙ୍କୁ ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।

ତେବେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କୁ ଠେଲାପେଲା କରିବା ସହ ନାୟକଙ୍କୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି ।

ପରେ ଅଧିକାରୀମାନେ ନାୟକଙ୍କ ଘର ଉପରେ ଚଢାଉ କରି ଟଙ୍କା ଓ ସୁନା ଗହଣା ଜବତ କରିଥିଲେ । ଲୋକମାନେ ସେଠାରେ ମଧ୍ୟ ପହଂଚି ଜବତ ଟଙ୍କା ଓ ସୁନା ଲୁଟି ନେଇଥିବା ଜଣାପଡ଼ିଛି ।

ବର୍ତମାନ ସୁଦ୍ଧା ସଂପୃକ୍ତ ଥାନା ଅଧିକାରୀ ଫେରାର୍ ଥିବାବେଳେ ପୁରୀ ଆରକ୍ଷୀ ଅଧିକ୍ଷକ ଥାନାରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version