Site icon Odisha.com

ଦାବି ପୂରଣ ନେଇ କଲେଜରେ ଛାତ୍ରଙ୍କ ଭଙ୍ଗାରୁଜା, ପୋଡ଼ାଜଳା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଦ।ବି ପୂରଣ ନେଇ ଉତ୍କଳ ବିଶ୍ୱବ୍ୟିାଳୟ ଅଧିନସ୍ଥ ଆଇନ ମହାବ୍ୟିାଳୟରେ ଛାତ୍ରମାନେ ଶୁକ୍ରବାର ଭଙ୍ଗାରୁଜା ସହ ପୋଡ଼ାଜଳା କରିଛନ୍ତି ।

ଉତ୍ୟକ୍ତ ଛାତ୍ରମାନେ ଟେବୁଲ ଚେୟାର ଓ ଅନ୍ୟ ଆସବାବପତ୍ର ଶ୍ରେଣୀଗୃହରୁ ବାହାରକୁ ଫୋପାଡ଼ି ନିଅାଁ ଲଗାଇ ଦେଇଛନ୍ତି । କିଛି ସମୟ ପାଇଁ ସେଠାରେ ଛାତ୍ର ଅଶାନ୍ତି ଦେଇଥିଲା |

ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବା ପରେ ଛାତ୍ରମାନେ ଦ।ବି ସଂପର୍କରେ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

କଲେଜରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ପାଠପଢାରେ ବ୍ୟହତ ହେଉଥିବା ବେଳେ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ଏବଂ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତୃପକ୍ଷ ଅବହେଳା କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅଧ୍ୟାପକ ନିଯୁକ୍ତି, ହଷ୍ଟେଲ ସୁବିଧା, ପାଠାଗାର ଆଦି ଛଅ ଦଫା ଦ।ବି ସେମାନେ ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version