Site icon Odisha.com

ତିନି ମେଡ଼ିକାଲ କଲେଜରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟି ଯାକ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶନିବାର ଠାରୁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏଣିକି କଟକ ସ୍ଥିତ ଏସ୍ସିବି ମେଡ଼ିକାଲ କଲେଜ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମ୍କେସିଜି ଏବଂ ବୁର୍ଲା ସ୍ଥିତ ଭିଏସ୍ଏସ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଡ଼ାକ୍ତର ତଥା କର୍ମଚାରୀଙ୍କ ପ୍ରତ୍ୟେହ ଉପସ୍ଥାନ, ପ୍ରବେଶ ଓ ପ୍ରସ୍ଥାନର ସମୟ କମ୍ପ୍ୟୁଟର ଜରିଆରେ ରେକର୍ଡ଼ଭୁକ୍ତ ହେବ ।

ଏହି ରେକର୍ଡ଼କୁ ଭିତିକରି ଡ଼ାକ୍ତର ଓ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରାଯିବ । ପର୍ଯ୍ୟାୟ କ୍ରମେ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂପ୍ରସାରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହା ଆନ୍ଥେମ ଗ୍ଲୋବାଲ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଏହି ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version