• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନ୍ୟାୟ ଅପେକ୍ଷାରେ ଅବସରପ୍ରାପ୍ତ ପ୍ରଧାନ ଶିିିିକ୍ଷକ

January 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଆଖୁଆପଦା ରଣଜିତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାମନ ଚରଣ ଜେନା ଦୀର୍ଘ ୩୬ ବର୍ଷ ପରେ ମଧ୍ୟ ନିଜର ପାଉଣା ନପାଇ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ।

ଜେନା ଚାକିରୀ କରୁଥିବା ହରିପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଯାଜପୁର-୧ ଶିକ୍ଷାଜିଲା ଅଧିନରେ ଥାଇ ସରକାରୀ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନ ଭାବେ ଗତ ୧୯୯୧ ଏପ୍ରିଲ ୧ତାରିଖରୁ ସରକାରୀ ହୋଇଛି ।

ଶିକ୍ଷା ଆଇନ ୧୯୭୪ ଅନୁଯାୟୀ ଏହିପରି ବିଦ୍ୟାଳୟରେ କାର୍ଯ୍ୟରତ ଟ୍ରେଣ୍ଡ ଗ୍ରାଜୁଏଟ ପ୍ରଧାନ ଶିକ୍ଷକ ମାନଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ପରି ଦରମା ପ୍ରଦାନ ପାଇଁ ପ୍ରାବଧାନ ରଖାଯାଇ ଏହି ଆଇନକୁ ୧୯୭୫ ଅପ୍ରେଲ ୧ରୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିଲା ।

ଶେଷରେ ସରକାର ଏହି ଆଇନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଆଇନ ଅନୁଯାୟୀ ୧୯୭୫ ଅପ୍ରେଲ ୧ ପରିବର୍ତେ ନିଦେ୍ର୍ଧଶନାମା ତାରିଖ ଠାରୁ ଲାଗୁ କରାଯିବାକୁ କୁହାଗଲା ।

ଏହି ତ୍ରୁଟିପୂର୍ଣ୍ଣ ନିଦେ୍ର୍ଧଶନାମାର ବୈଧତା ନେଇ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଏହାକୁ ୧୯୭୫ରୁ ଲାଗୁ କରିବା ପାଇଁ ପ୍ରାର୍ଥନା କରିଥିଲେ ।

ତେବେ ଉକ୍ତ ବିଦ୍ୟାଳୟ ସରକାରୀ ହୋଇଯିବା ପରେ ମାମଲା ଟ୍ରିବ୍ୟୁନାଲକୁ ସ୍ଥାନାନ୍ତର ହୋଇଗଲା । ମାତ୍ର ଉକ୍ତ ମକଦ୍ଧମାରେ ସଂଶୋଧନ ଆଣି ତାଙ୍କୁ ଯୋଗ୍ୟତା ଅନୁଯାୟୀ ୧୯୭୫ ହାରରେ ଦରମା ପ୍ରଦାନ କରିବାକୁ ଜେନା ଅଦାଲତରେ ପ୍ରାର୍ଥନା କରିଥିଲେ ।

ଏହାର ଶୁଣାଣି କରି ଅଦାଲତ ସଂଶୋଧିତ ଦାବିକୁ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ୧୯୮୯ରେ ଜେନାଅବସରଗ୍ରହଣକରିବାପରେ ୧୯୯୨ ପେନ୍ସନ୍ ରୁଲକୁ ଉପେକ୍ଷା କରଯାଇ କୌଣସି କାରଣ ବିନା ତାଙ୍କୁ ସମସ୍ତ ଅବସରକାଳୀନ ସୁବିଧାରୁ ବଞ୍ଚିତତ କରାଗଲା ।

ଏହି ପ୍ରସଙ୍ଗରେ ସେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ତାଙ୍କୁ ଅନ୍ତିମ ବେତନ ଭିତିରେ ବକେୟା ଦେୟ ପ୍ରଦାନ କରିବାକୁ ଆଦେଶ ହୋଇଥିଲା । କିନ୍ତୁ ପ୍ରୋଭିଜନାଲ ପେନ୍ସନ୍ ୩ବର୍ଷ ଓ ଫାଇନାଲ ପେନ୍ସନ୍ ୫ବର୍ଷ ପରେ ପ୍ରଦାନ କରାଗଲା ।

ଟ୍ରିବ୍ୟୁନାଲରେ ବିଚାରାଧିନ ମୂଳ ମକଦ୍ଧମାର ରାୟ ୧୬ବର୍ଷ ପରେ ଅର୍ଥାତ ୨୦୦୭ରେ ପ୍ରକାଶ ପାଇଥିଲା । ଯେଉଁ ରାୟରେ ଆବେଦନକାରୀ କରିଥିବା ସମସ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ୩ମାସ ମଧ୍ୟରେ ସମସ୍ତ ଦେୟ ପ୍ରଦାନ କରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଏହି ଆଦେଶକୁ ଗଡ଼ାଇ ଚାଲିବାରୁ ଜେନା ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଅଭିଯୋଗ ଆଣିଥିଲେ ।

ଇତିମଧ୍ୟରେ ବହୁବର୍ଷ ଅତିକ୍ରାନ୍ତ ହେଇଥିଲେ ମଧ୍ୟ ଅଦାଲତଙ୍କ ଆଦେଶ.ସଚିବଙ୍କ ନିଦେ୍ର୍ଧଶ ସବୁକିଛି ସରକାରୀ ବାବୁଙ୍କ ନାଲିଫିତା ତଳେ ପଡ଼ିରହିଛି ।

ଏଣୁ ଶିକ୍ଷା ବିଭାଗ ସଚିବ ଏହିଭଳି ନିଜର ହକ୍ ନପାଇ ମୃତ୍ୟୁକୁ ଅପେକ୍ଷା କରିଥିବା ଶିକ୍ଷକ ମାନଙ୍କ କ୍ଷେତ୍ରରେ ଉଦାର ମନୋଭାବ ପୋଷଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ବିଶେଷ ଖବର, ଭଦ୍ରକ, ଶିକ୍ଷା ଆଇନ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version