Site icon Odisha.com

୯ରୁ ଭଦ୍ରକରେ ବାଣିଜ୍ୟ ମେଳା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେଂଟର ଫର ନେଚୁରାଲ ଏବଂ ହ୍ୟୁମ୍ୟାନ ରିସୋର୍ସେସ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୯ ତାରିଖ ଠାରୁ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ ।

ଏହା ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ବାଣିଜ୍ୟ ସଂସ୍ଥା ଦ୍ୱାରାବିଭିନ୍ନ ଦ୍ରବ୍ୟମାନ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ହସ୍ତତନ୍ତ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, ପୁସ୍ତକ ଏବଂ ଅନ୍ୟାନ୍ୟ ବଡ ବଡ କମ୍ପାନୀ ମାନଙ୍କ ଦ୍ୱାରାବିଭିନ୍ନ ଦ୍ରବ୍ୟ ମଧ୍ୟ ପ୍ରଦର୍ଶନ କରାଯିବ ।

ଏହାସହିତ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ନାବାର୍ଡ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୁଟୀର ଶିଳ୍ପ ମାନଙ୍କ ଦ୍ୱାରାପ୍ରସ୍ତୁତ ଦ୍ରବ୍ୟ ବଡି, ପାମ୍ପଡ, ଆଚାର, ଧୂପ, ଚାନ୍ଦୁଆ, ଧାନରେ ତିଆରି ଦେବ ଦେବୀଙ୍କ ମୂର୍ତି, ବାଉଁଶ ଓ ଝୋଟରେ ନିର୍ମିତ ଘର ସାଜସଜ୍ଜା ଟେରାକୋଟା, ବେତରେ ତିଆରି ଆସବାପତ୍ର ଆଦି ବିକ୍ରିହେବ ।

ଏଥିରେ ଲିଟିଲ ମାଷ୍ଟର, ଡ୍ୟାନ୍ସ, ଫେସନ ସୋ, ଓଡିଶୀ ନୃତ୍ୟ, ବନ୍ଦେ ମାତରମ୍ ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version