Site icon Odisha.com

୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦ୍ୟାପିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବ୍ୟିାଳୟ ପରିସରରେ ଗତ ମଙ୍ଗଳବାର ଠାରୁ ପାଂଚଦିନ ବ୍ୟାପୀ ଚାଲିଥିବା ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଶନିବାର ଉଦ୍ୟାପିତ ହୋଇଛି ।

ଉଦ୍ୟାପନୀ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଯୋଗ ଦେଇ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛଅ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

ଗତ ୩ ତାରିଖ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାର ଉ୍ଘାଟନ କରିଥିବା ବେଳେ ଉ୍ଘାଟନ ଉତ୍ସବବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବିଳାସ ରାଓ ଦେଶମୁଖ, ଭାରତୀୟ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ଗୀତା ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

ଉ୍ଘାଟନୀ ଉତ୍ସବରେ ସଫଳ ଓଡ଼ିଆ ଆଦିବାସୀ ଚାଷୀ ଭାବରେ କୋରାପୁଟ ଜିଲ୍ଲାର ରଚିତା ମୁୁଲି ଏବଂ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତ କରିଥିଲେ ।

ଏହି କଂଗ୍ରେସରେ ୧୧ଜଣ ନୋବେଲ୍ ବିଜେତା ଓ ବୈଜ୍ଞାନିକଙ୍କ ସମେତ ଦେଶ ବିଦେଶରୁ ଆସିଥିବା ସହ ପ୍ରାୟ ୧୮,୦୦୦ ଅତିଥି ଯୋଗ ଦେଇଥିଲେ । ଏଥିରେ ୨୫୦ ଜଣ ବିଦେଶୀ ଅତିଥି ଯୋଗ ଦେଇଥିଲେ ।

ଦୀର୍ଘ ୩୪ ବର୍ଷ ପରେ ଓଡିଶାରେ ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର) ଏବଂ କିଟ୍ ବିଶ୍ୱବ୍ୟିାଳୟ ଦ୍ୱାରାମିଳିତ ଭାବରେ ଏହାର ଆୟୋଜନ କରାଯାଇଥିଲା ।

ବିଜ୍ଞାନ କଂଗ୍ରେସର ଦ୍ୱିତୀୟ ଦିନରେ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବୁଲ କାଲାମ ଉ୍ଘାଟନ କରିଥିଲେ ।

ସେହିପରି ଗୁରୁବାର ତୃତୀୟଦିନ ଆୟୋଜିତ ମହିଳା ବିଜ୍ଞାନ କଂଗ୍ରେସକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନିରୂପମା ରାଓ ଉ୍ଘାଟନ କରିଥିଲେ ଏବଂ ଏଥିରେ ସମ୍ମାନୀୟ ଅତିଥି ଭାବେ କେନ୍ଦ୍ର ମାନବସମ୍ବଳ ରାଷ୍ଟମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀ, ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ପ୍ରଫେସର ଗୀତା ବାଲି ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version