Site icon Odisha.com

ଅଚ୍ୟୁତ ସାମନ୍ତ ବିଜ୍ଞାନ କଂଗ୍ରେସ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୮(ଓଡ଼ିଶା ଡ଼ଟ୍ କମ୍) କିଟ୍ ତଥା କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ବିଜ୍ଞାନ କଂଗ୍ରେସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।

ପରିଷଦ ସଦସ୍ୟ ପାଇଁ ନିକଟର ଶେଷ ହୋଇଥିବା ନିର୍ବାଚନରେ ସେ ପ୍ରଥମ ଓଡ଼ିଆ ଭାବେ ଅଧିକ
ଭୋଟ୍ ପାଇ ସଂଘର କାର୍ଯ୍ୟକାରୀ ପରିଷକୁ ନିର୍ବାଚିତ ହୋଇଛନ୍ତି ।

ବିଜ୍ଞାନ କଂଗ୍ରେସ ସଂଘର ଏହି ପରିଷଦକୁ ସମଗ୍ରଦେଶରୁ ଦଶ ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି
ଏବଂ ସେମାନେ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ କାର୍ଯ୍ୟକ୍ରମ ପାଇଁ ପ୍ରମୁଖ ନିଷ୍ପତି ଗ୍ରହଣ କରିଥାନ୍ତି ।

ସାମନ୍ତ ପୂର୍ବରୁ ବିଶ୍ୱବିଦ୍ୟାଳୟ ମଂଜୁରୀ କମିଶନ ଏବଂ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷର
ସଦସ୍ୟ ଅଛନ୍ତି ।

ଭାରତୀୟ ବିଜ୍ଞାନ କଂଗ୍ରେସ ଆସନ୍ତା ୨୦୧୩ରେ କୋଲକାତାରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ
ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଭାପତି ନିର୍ବାଚତ ହୋଇଛନ୍ତି । ନୂତନ ଭାବେ ଗଠିତ
କାର୍ଯ୍ୟନିର୍ବାହୀ ପରିଷଦର ଏଥିରେ ପ୍ରମୁଖ ଭୂମିକା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version