Site icon Odisha.com

ଚିଲିକାରେ ୮ଲକ୍ଷ ୮୩ ହଜାର ପକ୍ଷୀଙ୍କ ସମାଗମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଚିଲିକାରେ ଚଳିତ ବର୍ଷ ୮ ଲକ୍ଷ ୮୩ ହଜାର ୬୦ ପକ୍ଷୀଙ୍କ ସମାଗମ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରୁ ଜଣାପଡ଼ିଛି ବୋଲି ସୋମବାର ଚିଲିକା ବନ୍ୟପ୍ରାଣୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମୋଟ୍ ୧୬୭ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭୯ ହଜାର ଅଧିକ ପକ୍ଷୀ ଆସିଥିବା ସେ କହିଛନ୍ତି । ଏଥିମଧ୍ୟରୁ କେବଳ ନଳବଣକୁ ୩ ଲକ୍ଷ ୧୮ ହଜାର ୧୦୮ଟି ପକ୍ଷୀ ଆସିଛନ୍ତି ।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ରବିବାର ୮୦ଜଣ ପକ୍ଷୀ ବିଶେଷଜ୍ଞ ଚିଲିକାରେ ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ ।

ବାଲୁଗାଁ ବନ୍ୟପ୍ରାଣୀ ଅଧିନ ଟାଙ୍ଗୀ, ରମ୍ଭା, ନୂଆପଡ଼ା ଓ ଚିଲିକାରେ ୧୮ଟି ଦଳ ଏହି ଗଣନାରେ ସାମିଲ ହୋଇଥିଲେ । ଗତ ବର୍ଷ ଶୀତ ଋତୁରେ ଚିଲିକାକୁ ୧୬୯ ପ୍ରଜାତିର ପକ୍ଷୀ ଆସିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version