Site icon Odisha.com

କଂସ ବଧ ସହ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍ୟାପିତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଗତ ୧୧ଦିନ ଧରି ବରଗଡ଼ ସହରରେ ଚାଲିଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କଂସ ବଧ ସହ ଉଦ୍ୟାପିତ ହୋଇଛି ।

କଂସଙ୍କ ରାଜତ୍ୱର ଅବସାନ ପରେ ମଥୁରା ନଗରିକୁ ଫେରିଆସିଛି ଶାନ୍ତିର ଶାସନ । ରାଜା ଉଗ୍ରେସନଙ୍କ ହାତକୁ ପୁଣି ଯାଇଛି ମଥୁରା ନଗରୀର ଶାସନ । ମଥୁରାବାସୀ ଏବେ ଆଶ୍ୱସ୍ତ । ବେନିଭାଇ କୃଷ୍ଣ ବଳରାମ କାରାଗାରକୁ ଯାଇ ଦେବକୀ ବସୁଦେବଙ୍କୁ ମୁକ୍ତ କରିଛନ୍ତି ।

ସୋମବାର ଶେଷଦିନରେ କୃଷ୍ଣ ବଳରାମ ମଥୁରା ଭ୍ରମଣ ପରେ ହାଟପା ସ୍ଥିତ ମହାରାଜ କଂସଙ୍କ
ଦରବାରକୁ ଯାଇଥିବା ବେଳେ କୁବଳା ହସ୍ତୀ ସେମାନଙ୍କୁ ଅଟକାଇଥିଲା । ପରେ କୃଷ୍ଣ ବଳରାମ ହସ୍ତୀ
ସହ ଯୁଦ୍ଧ କରି ତାକୁ ବଧ କରିଥିଲେ ।

ପରେ ଅଷ୍ଟମଲ୍ଲଙ୍କ ସହ କୃଷ୍ଣ ବଳରାମଙ୍କ ଯୁଦ୍ଧ ହୋଇଥିଲା ଓ ସେମାନେ ନିହତ ହୋଇଥିଲେ । ଗୋଟିଏ
ପରେ ଗୋଟିଏ ମୃତ୍ୟୁ ଖବର ପାଇବା ପରେ ମହାରାଜ କଂସ ବିବ୍ରତ ହୋଇଯାଇଥିଲେ ।

ରାଜଦରବାର ଉପରକୁ କୃଷ୍ଣ ବଳାରାମ ଚାଲି ଆସିବା ପରେ ସେମାନଙ୍କୁ ଦେଖି କଂସଙ୍କ ଶକ୍ତି କ୍ଷୟ
ହୋଇଥିଲା । ତଥାପି ସେ କୃଷ୍ଣ ବଳରାମଙ୍କ ସହ ଯୁଦ୍ଧ କରିବାକୁ ଘୋଷଣା କରିଥିଲେ । ମାମୁଁ ଭଣଜା
ଯୁଦ୍ଧରେ ମାମୁଁ କଂସ ଦରବାର ତଳକୁ ଖସିପଡ଼ି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

କଂସ ବଧ ପରେ ମଥୁରାବାସୀ ଆନନ୍ଦ ଉଲ୍ଲାସ ସହ ବାଣ ଫୁଟାଇ ପରସ୍ପର ମଧ୍ୟରେ ମିଠା ବାଣ୍ଟିଥିଲେ ।
ଡ଼ିସେମ୍ବର ୩୦ରୁ ଧନୁଯାତ୍ରା ଆରମ୍ଭ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version