Site icon Odisha.com

“ଧାରା ୪” ସୂଚନା ଅଧିକାର ଆଇନର ଆତ୍ମା: ସୂଚନା କମିଶନର

ଖୁଟୁରାମ ସୁନାନୀ

ନୂଆପଡ଼ା, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍ )ସୂଚନା ଅଧିକାର ଆଇନ-୨୦୦୫ ର ଅଧ୍ୟାୟ ୨ ସ୍ଥିତ ଧାରା ୪(୧) (ଖ) ଆଇନର ଆତ୍ମା/ହୃତପିଣ୍ଡ ବୋଲି ସୂଚନା କମିଶନର ଜଗାନନ୍ଦ ନୂଆପଡା ଠାରେ ଏକ ବୈଠକରେ କହିଛନ୍ତି ।

ସହଭାଗୀ ବିକାଶ ଅଭିଯାନ ଦ୍ୱାରାରବିବାର ଆୟୋଜିତ ସୂଚନା ଅଧିକାର ଆଇନ ଏବଂ ଗ୍ରାମାଂଚଳ ବିକାଶ କ୍ଷେତ୍ରରେ ଏହାର ଉପଯୋଗ ଶୀର୍ଷକ ଏକ ଦିବସୀୟ ସମାବେଶର ଆୟୋଜନ କରାଯାଇଥିଲା ।

ଏଥିରେ କମିଶନର ଜଗାନନ୍ଦଙ୍କ ସମେତ ଜଗଦିଶ ପ୍ରଧାନ, ଏ.ଭି.ସ୍ୱାମୀ, ନୂଆପଡା ଜିଲ୍ଲା ଉପ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଜିଲ୍ଲାପାଳ କାର୍ଯ୍ୟାଲୟର ଜନ ସୂଚନା ଅଧିକାରୀ ଚିତ୍ତରଂଜନ ସାହୁ ଯୋଗ ଦେଇଥିଲେ ।

ସମାବେଶରେ ଜିଲ୍ଲାର ସାମ୍ବାଦିକ, ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ସୂଚନା ଅଧିକାର କର୍ମୀ ଉପସ୍ଥିତ ରହି ଭୂ-ସଂଲଗ୍ନ ବାସ୍ତବତା ଉପରେ ମତବ୍ୟକ୍ତ କରିଥିଲେ ।

୪(୧)(ଖ)କୁ ଆଇନର ଆତ୍ମା ବୋଲି ପ୍ରକାଶକରି ଏହାର ପ୍ରୟୋଗ ପାଇଁ ସେ ଗୁରୁତ୍ୱ ଦେଉଛନ୍ତି ଓ ଆଗକୁ ଆହୁରି ଦେବେ ବୋଲି କମିଶନର କହିଥିଲେ ।

ଏହି ଅବସରରେ ନୂଆପଡା ଜିଲ୍ଲାରେ ଉନ୍ନୟନ ମୂଳକ କାମର ବିଭିନ୍ନ ଦୁର୍ନୀତିକୁ ସାହସର ସହ ସୂଚନା ଅଧିକାର ଆଇନ ବଳରେ ଲୋକଲୋଚନକୁ ଆଣିଥିବା କ୍ଷୀରସିନ୍ଧୁ ଶଗରିଆ, ଇତନ ମାଝି ଏବଂ ଶ୍ରୀ ରାକେଶ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version