Site icon Odisha.com

ଶିକ୍ଷାବିତ୍ ସୂର୍ଯ୍ୟମଣି ବିଶ୍ୱାଳଙ୍କ ଦେହାନ୍ତରେ ଶୋକର ଛାୟା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଏକ ମର୍ମନ୍ତୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଶିଷ୍ଟ ଶିକ୍ଷାବିତ,ସମାଜସେବୀ,ସଂସ୍କୃତି ସଂଗଠକ ସୂର୍ଯ୍ୟମଣି ବିଶ୍ୱାଳଙ୍କ ହୋନ୍ତରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ମର ଶରୀର ସୋମବର ଭଦ୍ରକ ବନ୍ତ ଛକ ଠାରେ ପହଂଚିିବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ସହରର ବହୁ ବୁଦ୍ଧିଜୀବୀ,ଶିକ୍ଷକ,ଶିକ୍ଷୟତ୍ରୀ,ସମାଜସେବୀ,ସଂସ୍କୃତି ଓ ସାହିତ୍ୟ ଅନୁଷ୍ଠାନର କର୍ମକର୍ତା ବନ୍ତ ଛକ ଠାରେ ଉପସ୍ଥିତ ରହି ବିଶ୍ୱାଳଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଦିବଂଗତ ଆତ୍ମାର ସ୍ଗତି କାମନା କରିଥିଲେ ।

ରବିବାର ବିଶ୍ୱାଳଙ୍କ ସମେତ ବହୁ କର୍ମକର୍ତା କେନ୍ଦୁଝର ଜିଲ୍ଲା ସ୍ଥିତ ସାନ ଘାଗରାକୁ ବଣଭୋଜି  କରିବାକୁ ଯାଇଥିବା ବେଳେ ବିଶ୍ୱାଳ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଏକ ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ଗତକାଲି କେନ୍ଦୁଝର ସାନଘାଗରା ଅଂଚଳକୁ ବଣଭୋଜି କରିବାକୁ ଯାଇ

ଓଡ଼ିଶା ଡ଼ଟ୍ କମ୍

Exit mobile version