Site icon Odisha.com

ଗିରଫ ପରୱାନା ଥିବା ବ୍ୟକ୍ତି ଭୋଟର ତାଲିକାରୁ ବାଦ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ଜାନୁଆରୀ ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ ଯେଉଁ ବ୍ୟକ୍ତିଙ୍କ ନାଁରେ ଜାମିନ ବିହୀନ ଗରଫ ପରୱାନା ଜାରି କରାଯାଇଛି ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି ।

ସଂପୃକ୍ତ ବ୍ୟକ୍ତିମାନେ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଜିଲ୍ଲା ପୋଲିସ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାକୁ ଗ୍ରହଣ କରି ଜନସାଧାରଣଙ୍କ ଅବଗତି ନିମନ୍ତେ ଏହି ବ୍ୟକ୍ତିଙ୍କ ନାମ ଥିବା ତାଲିକା ପଞ୍ଚାୟତ କାର୍ଯ୍ୟାଳୟ ଓ ବିଭିନ୍ନ ସର୍ବସାଧାରଣ ସ୍ଥାନ ମାନଙ୍କରେ ଲଗାଇଛି ।

ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ୧୫୦ ଜଣଙ୍କ ନାଁରେ ଗତ ଛଅ ମାସ ଧରି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏହି ଲୋକଙ୍କ ନାଁ ଥିବା ତାଲିକା ୨୯ଟି ପଞ୍ଚାୟତରେ ଲଗାଯାଇଥିବା ଜଗତସିଂହପୁର ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି ।

ଢିଙ୍କିଆ ପଞ୍ଚାୟତ ବ୍ୟତୀତ ଅନ୍ୟ ୧୯୪ଟି ପଞ୍ଚାୟତ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ଏଥିପାଇଁ ୭ ଲକ୍ଷ ୫୭ ହଜାର ୩୫୪ ଜଣ ଭୋଟର ମତଦାନ କରିବେ ।

ଜିଲ୍ଲାରେ ସମୁଦାୟ ୨୬ଟି ଜିଲ୍ଲା ପରିଷଦ, ୧୯୩ ପଞ୍ଚାୟତ, ୧୦୪ ପଞ୍ଚାୟତ ସମିତି ସଭ୍ୟ ଏବଂ
୩୩୩୪ ୱାର୍ଡ଼ ମେମ୍ବର ପାଇଁ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version