Site icon Odisha.com

ବରଗଡ଼: ଭାରତୀୟ ଷ୍ଟେଟବ୍ୟାଙ୍କ ସାନ୍ଧ୍ୟ ଶାଖା ଉଦ୍ଦଘାଟିତ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତୁନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାନ୍ଧ୍ୟ ଶାଖା ଉଦ୍ଦଘାଟିତ ହୋଇଛି ।

ବ୍ୟାଙ୍କର ମହାପ୍ରବନ୍ଧକ ଦେବେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସୋମବାର ଉଦ୍ଦଘାଟନୀ ଫଳକକୁ ଅନାବରଣ କରି ଶାଖାର ଶୁଭାରମ୍ଭ କରିଥିଲେ ।

ବରଗଡ଼ ସହରବାସୀ ତଥା ବ୍ୟବସାୟୀ ଓ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ସାନ୍ଧ୍ୟଶାଖା ର ଶୁଭାରମ୍ଭ କରାଯାଇଥିବା ପ୍ରସାଦ ଆୟୋଜିତ ସଭାରେ କହିଥିଲେ ।

ସେହିପରି ଏହା ସହରରେ ଏସ୍ବିଆଇର ପଞ୍ଚମ ଶାଖା ହୋଇଥିବା ବେଳେ ଜିଲ୍ଲାରେ ୨୭ତମ ଓ ରାଜ୍ୟରେ ୬୬୮ତମ ଶାଖା ବୋଲି ସେ କହିଥିଲେ ।

ଏହି ଶାଖାରେଦିନ ୧ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଗ୍ରାହକମାନେ କାରବାର କରିପାରିବେ ବୋଲି ବ୍ୟାଙ୍କ ଉପମହାପ୍ରବନ୍ଧକ ସିଭିଆର୍ଏସ୍ ସୂର୍ଯ୍ୟ ପ୍ରସାଦ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version