ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା କେରାଙ୍ଗରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ସଂପୃକ୍ତ ଅଂଚଳର ତିନି କିମି ମଧ୍ୟରେ କୁକୁଡ଼ା ମାରିବାକୁ ବୁଧବାର କେନ୍ଦ୍ର ସରକାର ଦେଇଛନ୍ତି ।
ଫ୍ଲୁ ଚିହ୍ନଟ ପରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଏହି ଅଂଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଡ଼ ଫ୍ଲୁର ଭୂତାଣୁ ଚିହ୍ନଟ କରାଯାଇଛି ।
ଏକ ଟିମ୍ ଗଠନ କରାଯାଇ ପକ୍ଷୀଙ୍କ ରକ୍ତର ନମୁନା ସଂଗ୍ରହ କରାଯାଉଛି । ଏହି ଟିମ୍ ଇତି ମଧ୍ୟରେ ୫୬୨ଟି ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛନ୍ତି ।
କେରଙ୍ଗର ୩ କିମି ପରିଧି ମଧ୍ୟରେ ଥିବା ସମସ୍ତ କୁକୁଡ଼ା ଓ ବତକ ମାରିଦେବା ପାଇଁ କେନ୍ଦ୍ର ପଶୁ ସଂପଦ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଖୁବ୍ ଶୀଘ୍ର କେରଙ୍ଗ ଅଂଚଳରେ ଥିବା ୩୫ ହଜାର କୁକୁଡ଼ା ଓ ବତକ ମାରିିଆଯିବ । ଏହି ଅଂଚଳରେ ପ୍ରାୟ ୫୦ରୁ ଅଧିକ କୁକୁଡ଼ା ଫାର୍ମ ରହିଛି । କୁକୁଡ଼ା ମାରିବା ପାଇଁ ୮୦ ଜଣଙ୍କୁ ତାଲିମ ଦିଆଯାଇଥିବା ସେ କହିଛନ୍ତି ।
ପଶୁ ସଂପଦ ବିଭାଗ, ସ୍ୱାସ୍ଥ୍ୟବିଭାଗ ଓ ରାପିଡ଼୍ ରେସ୍ପନ୍ସ ଟିମ୍ ମିଳିତ ଭାବେ ଏହି କୁକୁଡ଼ା ମାରିବେ ।କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply