Site icon Odisha.com

ଓମ୍ଫେଡ଼୍ ସମେତ ଅନ୍ୟ କ୍ଷୀରର ମାନ ପରୀକ୍ଷଣ ନିଷ୍ପତି

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମିଳୁଥିବା ଓମ୍ଫେଡ଼୍ ସମେତ ଅନ୍ୟାନ୍ୟ ପ୍ୟାକେଟ କ୍ଷୀର ପ୍ରଦୂଷିତ ବୋଲି ଅଭିଯୋଗ ଆସିବା ପରେ ସେଗୁଡ଼ିକର ମାନ ପରୀକ୍ଷଣ ପାଇଁ ସରକାର ନିଷତି ନେଇଛନ୍ତି ।

ଓଡ଼ିଶାର କ୍ଷୀର ଶତପ୍ରତିଶତ ପ୍ରଦୂଷିତ ଥିବା ଫୁଡ଼୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ ଅଥରିଟି ଅଫ୍ ଇଣ୍ଡିଆ(ଏଫ୍ଏସ୍ଏସ୍ଏଆଇ) ରିପୋର୍ଟ ଦେବା ପରେ ପରୀକ୍ଷଣ ପାଇଁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ତେବେ କେଉଁ ନମୁନା ସଂଗ୍ରହ କରାଯାଇ ଏହି ପରୀକ୍ଷା କରାଯାଇଛି ସେ ସମ୍ପର୍କରେ ସମ୍ପୃକ୍ତ ସଂସ୍ଥା ଠାରୁ ସ୍ପଷ୍ଟୀକରଣ ମଗାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଜାତୀୟ ହାର ଠାରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିହାରରେ ଉତ୍ପାଦିତ କ୍ଷୀର ସର୍ବାଧିକ ପ୍ରଦୂଷିତ
ବୋଲି ଅଭିଯୋଗ ହୋଇଛି । ପ୍ୟାକେଟ କ୍ଷୀର ଓ ଦୁଗ୍ଧ ଚାଷୀମାନେ ଯୋଗାଉଥିବା କ୍ଷୀର ମଧ୍ୟ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଛି ।

ଏହି କ୍ଷୀରରେ ପାଣି ଓ ରାସାୟନିକ ପଦାର୍ଥ ମାତ୍ରାଧିକ ଥିବା ଉକ୍ତ ସଂସ୍ଥା ଦଇଥିବା ରିପୋର୍ଟରେ
କୁହାଯାଇଛି । ତେବେ ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version