Site icon Odisha.com

ବାର୍ଡ଼ଫ୍ଲୁ: କୁକୁଡ଼ା ମାରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା କେରାଙ୍ଗରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ସଂପୃକ୍ତ ଅଂଚଳର ତିନି କିମି ମଧ୍ୟରେ କୁକୁଡ଼ା ମାରିବାକୁ ବୁଧବାର କେନ୍ଦ୍ର ସରକାର ଦେଇଛନ୍ତି ।

ଫ୍ଲୁ ଚିହ୍ନଟ ପରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଏହି ଅଂଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଡ଼ ଫ୍ଲୁର ଭୂତାଣୁ ଚିହ୍ନଟ କରାଯାଇଛି ।

ଏକ ଟିମ୍ ଗଠନ କରାଯାଇ ପକ୍ଷୀଙ୍କ ରକ୍ତର ନମୁନା ସଂଗ୍ରହ କରାଯାଉଛି । ଏହି ଟିମ୍ ଇତି ମଧ୍ୟରେ  ୫୬୨ଟି ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛନ୍ତି ।

କେରଙ୍ଗର ୩ କିମି ପରିଧି ମଧ୍ୟରେ ଥିବା ସମସ୍ତ କୁକୁଡ଼ା ଓ ବତକ ମାରିଦେବା ପାଇଁ କେନ୍ଦ୍ର ପଶୁ ସଂପଦ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଖୁବ୍ ଶୀଘ୍ର କେରଙ୍ଗ ଅଂଚଳରେ ଥିବା ୩୫ ହଜାର କୁକୁଡ଼ା ଓ ବତକ ମାରିିଆଯିବ । ଏହି ଅଂଚଳରେ ପ୍ରାୟ ୫୦ରୁ ଅଧିକ କୁକୁଡ଼ା ଫାର୍ମ ରହିଛି । କୁକୁଡ଼ା ମାରିବା ପାଇଁ ୮୦ ଜଣଙ୍କୁ ତାଲିମ ଦିଆଯାଇଥିବା ସେ କହିଛନ୍ତି ।

ପଶୁ ସଂପଦ ବିଭାଗ, ସ୍ୱାସ୍ଥ୍ୟବିଭାଗ ଓ ରାପିଡ଼୍ ରେସ୍ପନ୍ସ ଟିମ୍ ମିଳିତ ଭାବେ ଏହି କୁକୁଡ଼ା ମାରିବେ ।କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version