Site icon Odisha.com

କୁକୁଡ଼ା, କାଉ ମୃତ୍ୟୁ ନେଇ ପାରାଦ୍ଵୀପରେ ଆତଙ୍କ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦ୍ଵୀପ, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ପାରାଦ୍ଵୀପ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ କୁକୁଡ଼ା, କାଉ ଓ ବତକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ତେବେ ମୃତ ପକ୍ଷୀଙ୍କ ବିଷୟରେ ଖବର ପାଇ ପଶୁ ସଂପଦ ବିଭାଗ ପକ୍ଷରୁ ଲୋକଙ୍କ ମଧ୍ୟ ସଚେତନତା
ସୃଷ୍ଟି କରିବା ପାଇଁ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ।

ବାର୍ଡ଼ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ଏହାଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ଲୋକମାନେ କହୁଥିବା ବେଳେ ମୃତ୍ୟୁର କାରଣ ସଂପର୍କରେ ଅଧିକାରୀମାନେ କିଛି କହୁନାହାନ୍ତି ।

ହଠାତ୍ କାଉ ଗୁଡ଼ିକ ତଳେ ପଡ଼ିଛଟପଟ ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି । ଖାଲି ସେତିକି ନୁହେଁ ଗୋଟେ ଗୋଟେ ସ୍ଥାନରେ ୪/୫ଟି କାଉ ଏକ ସଙ୍ଗେ ମରି ପଡ଼ୁଥିବା ବେଳେ କେଉଁଠି ଗଛ ଡାଳରେ ମରି ଲଟିକିଛନ୍ତି ।

ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାକ ପ୍ରେମାନନ୍ଦ ରାଉତଙ୍କ ନେତୃତ୍ୱରେ ଏକ ଦଳ ମୃତ ପକ୍ଷୀ ଗୁଡ଼ିକର ରକ୍ତ ନମୂନା ସଂଗ୍ରହ କରିନେଇଛନ୍ତି ।

ରକ୍ତ ନମୂନା ଗୁଡ଼ିକ ରାଜ୍ୟ ପରୀକ୍ଷାଗାରକୁ ପଠାଯିବ ଏବଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତ୍ୟୁ ବାର୍ଡ଼ଫ୍ଲୁ ଯୋଗୁଁ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ରାଉତ କହିଛନ୍ତି ।

ଗତ ମାସରେ ପାରାଦ୍ଵୀପର ଗୋଟିଏ ଅଞ୍ଚଳରୁ ୪୦/୫୦ଟି କାଉଙ୍କ ମୃତ ହେ ମିଳିଥିଲା । ଫୁଲନଖରା ସ୍ଥିତ ପଶୁ ରୋଗ ଗବେଷଣା ସଂସ୍ଥା ପକ୍ଷରୁ ଏମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିନଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version