Site icon Odisha.com

ବାର୍ଡ଼ଫ୍ଲୁ ଯୋଗୁଁ କୁକୁଡ଼ାମରା ଅଭିଯାନ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାର କୁକୁଡ଼ା ମାରିବା ଅଭିଯାନ ଆରମ୍ଭ ହୋଇଛି ।

ଆଜି ସକାଳୁ କେରଙ୍ଗ ଅଂଚଳରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ କିଛିଦିନ ପାଇଁ ଏହା ଜାର ରହିବ ବୋଲି ଜିଲ୍ଲାପାଳ ରୂପା ମିଶ୍ର କହିଛନ୍ତି ।

କୁକୁଡ଼ାମରା ଅଭିଯାନରେ ପଶୁସଂପଦ ବିଭାଗର ୮୦ଜଣଙ୍କୁ ନେଇ ଗଠିତ ରାପିଡ୍ ରେସ୍ପନ୍ସ ଟିମ୍ ପି.କେ. ଆଗ୍ରୋଟେକ୍ ପ୍ରା. ଲିମିଟେଡ୍ ନାମକ କୁକୁଡ଼ା ଫାର୍ମରୁ କୁକୁଡ଼ାମରା ଆରମ୍ଭ କରି ପ୍ରଥମଦିନରେ ଫାର୍ମ ସହିତ ୮ଟି ଗ୍ରାମରୁ ପ୍ରାୟ ୨୩୦୦ କୁକୁଡ଼ା ମାରିଛନ୍ତି ।

ମାରିିଆଯାଉଥିବା କୁକୁଡ଼ା ଗୁଡ଼ିକୁ ବାହାରକୁ ଅଣାନଯାଇ ଫାର୍ମ ମଧ୍ୟରେ ଥିବା ଖାଲି ସ୍ଥାନରେ ଜରି ବ୍ୟାଗ୍ରେ ପ୍ୟାକ୍ କରି ପୋଡ଼ା ଯାଉଛି ।

କୁକୁଡ଼ା ମାନଙ୍କୁ ସେଠାରେ ପୋତାଯାଇ ଲୁଣ, ବ୍ଲିଚିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପୋତା ଯାଇଥିବା ସ୍ଥାନକୁ ପରେ କଂଟାବାଡ଼ ଦ୍ୱାରାଆବଦ୍ଧ କରାଯିବ ଏବଂ ତା’ ନିକଟରେ ନିଷିଦ୍ଧାଂଚଳଲେଖାଯିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଏହାଦ୍ୱାରାଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ବୁଧବାର ସଂପୃକ୍ତ ଅଂଚଳ ଗସ୍ତ
କରିଥିବା ବିଶେଷଜ୍ଞ ଳର ଅନୁମୋଦନ ପରେ ଏହି ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଗତ କିଛିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଉ ମୃତ୍ୟୁବରଣ କରୁଥିବାରୁ ନିକଟରେ ସରକାର ଶତାଧିକ କାଉଙ୍କ ନମୂନା ପରୀକ୍ଷା ପାଇଁ ଭୋପାଲ ପଠାଇଛନ୍ତି ।

କେରଙ୍ଗ ଅଂଚଳରେ ଗୋଟିଏ କୁକୁଡ଼ା ଠାରେ ଏହି ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version