ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ସସ୍ମିତା ମୃତ୍ୟୁ ରହସ୍ୟ ନେଇ ରାଜ୍ୟ ମାନବାଧିକାର କମିଶନ ଆସନ୍ତା ତିନି ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ
ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳା କମିଶନଙ୍କ ଏକ ସ୍ୱତନ୍ତ୍ର ଦଳ ଭଦ୍ରକ ଆସି ତଦନ୍ତକାରୀ ଅଧିକାରୀ ତଥା ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ସେହିପରି ପିପିଲି ଗଣବଳାତ୍କାର ଘଟଣାରେ କମିଶନ ଆସନ୍ତା ତିନି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପୁରୀ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ଗଣମାଧ୍ୟମରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇବା ପରେ କମିଶନ ନିଜ ଆଡ଼ୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply