Site icon Odisha.com

ଭଦ୍ରକ ବାଣିଜ୍ୟ ମେଳା ଉ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସେଣ୍ଟର ଫର ନେଚୁରାଲ ଆଣ୍ଡ ହ୍ୟୁମାନ ରିସୋର୍ସେସ ଆନୁକୂଲ୍ୟରେ ଭଦ୍ରକ ଠାରେ ଗୁରୁବାର ଅଷ୍ଟମ ବାଣିଜ୍ୟ ମେଳା ୨୦୧୨କୁ ବିଶିଷ୍ଟ ଶିଳ୍ପପତି ରାଜକିଶୋର ଅଗ୍ରୱାଲ ଉ୍ଘାଟନ କରିଛନ୍ତି ।

ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଅପୂର୍ବ ରଞନ ରାୟ,ସଂଗଠନର କର୍ମକର୍ତା ସତ୍ୟେନ୍ଦୁ ରାୟ
ମହାପାତ୍ର, ସଞ୍ଜୀବ ନାୟକ, ତୁଷାର ଦାସ, ଅତିଶ ବେହେରା, ଶୁଭେନ୍ଦୁ ରାୟ ମହାପାତ୍ର, ତାହେର
ମହମ୍ମଦ ପ୍ରମୁଖ ଯୋଗଦେଇଛନ୍ତି ।

ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ମେଳା ଜାନୁୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ବିଭିନ୍ନ ବାଣିଜ୍ୟ ସଂସ୍ଥା ନିଜର ହେଣ୍ଡିକ୍ରାପ୍ଟ, ହେଣ୍ଡଲୁମ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, ପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶିତ ହେଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version