Site icon Odisha.com

ପିପିଲି ଗଣବଳାତ୍କାର: ପୂର୍ବତନ ଆଇଆଇସି ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି ।

ପୁରୀ ଏସ୍ପିଙ୍କ ରିପୋର୍ଟ ପରେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ ତାଙ୍କୁ କାର୍ଯ୍ୟରୁ
ନିଲମ୍ବନ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗଣବଳାତ୍କାର ଅଭିଯୋଗ ପରେ ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା
ଚମ୍ପତିରାୟ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ବୁଧବାର ତାଙ୍କୁ ବଦଳି କରାଯାଇଥିଲା ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରି ଅଭିଯୁକ୍ତମାନେ ନିର୍ଜନ ସ୍ଥାନରେ ଫିଙ୍ଗି ଦେଇଥିଲେ ।

ଘଟଣାର ପରଦିନ ପରିବାର ଲୋକେ ପିପିଲି ଥାନାରେ ତିନି ତିନିଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।

ତେବେ ଗତ ଶନିବାର ପୀଡ଼ିତାଙ୍କୁ ସାଙ୍ଗରେ ନେଇ ତାଙ୍କ ପରିବାର ଲୋକେ ମହିଳା କମିଶନଙ୍କ
ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

ଯୁବତୀ ଜଣକ ବର୍ତମାନ କଟକରେ ଚିକିତ୍ସିତ ହେଉଥିବା ବେଳେ କ୍ରାଇମବ୍ରାଂଚ ପୋଲିସ ଏହାର ତଦନ୍ତ କରୁଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version