Site icon Odisha.com

ସମ୍ବଲପୁର ଛାତ୍ରୀ ବଳାତ୍କାର: ୫ଜଣଙ୍କୁ ଦଶ ବର୍ଷ କାରାଦଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ବହୁଚର୍ଚ୍ଚିତ ସମ୍ବଲପୁର ବିଶ୍ୱବ୍ୟିାଳୟ ଛାତ୍ରୀ ବଳାତ୍କାର ମାମଲାରେ ସ୍ଥାନୀୟ ଆତଲ ଶୁକ୍ରବାର ପାଂଚ ଜଣ ଅଭିଯୁକ୍ତଙ୍କୁ ଦଶ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତ ମାନଙ୍କୁ ଦଣ୍ଡାଦେଶ ସହ ପାଂଚ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି । ଜରିମାନା ଅର୍ଥ ଅନାଦା ୟେ ଅଧିକ ୩ ମାସ ଲେଖାଏଁ କାରାଦଣ୍ଡ ଆଦେଶ ହୋଇଛି ।

ଗତ ୨୦୦୮ ଫେବୃୟାରୀ ୨୩ରେ ସମ୍ବଲପୁର ବିଶ୍ୱବ୍ୟିାଳୟ ଛାତ୍ରୀନିବାସରୁ ଦୁଇ ଜଣ ଛାତ୍ରୀ ନିଖୋଜ ହୋଇଥିଲେ ଏବଂ ୨୪ ତାରିଖ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଚେତ ଅବସ୍ଥାରେ ଲୋକମାନେ
ଉଦ୍ଧାର କରିଥିଲେ ।

ପରେ ତାଙ୍କୁ ଗଣବଳାତ୍କାର କରାଯାଇଥିବା ଜଣାପଡ଼ିଥିଲା । ପୋଲିସ ଦଶ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ନଅ ଜଣଙ୍କୁ ଗିରଫ କରିଥିଲା ଏବଂ ଅନ୍ୟ ଅଭିଯୁକ୍ତ ବର୍ତମାନ ପର୍ଯ୍ୟନ୍ତ ଫେରାର ଅଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version