Site icon Odisha.com

ଭଦ୍ରକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ଅନ୍ୟ କଲେଜ ଓ ଡ଼ିଏସଓ ଛାତ୍ର ସଂଗଠନ ପକ୍ଷରୁ ଏସ୍ପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଭଦ୍ରକ କଲେଜ ପରିସରରୁ ବାହାରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ଫଳରେ ପ୍ରାୟ ଅଧଘଂଟା ଧରି ଛାତ୍ର ଓ ପଦଉପସ୍ଥିତ ପୋଲିସ ବାହିନୀ ମଧ୍ୟରେ ଧସ୍ତାଧସ୍ତି ହୋଇଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନୁରୂପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଡ଼ିଏସଓ ପକ୍ଷରୁ ୪ଦ ଫା ଦାବିନେଇ କାର ସମ୍ମୁଖରେ ଆନ୍ଦୋଳନକାରୀମାନେ ଶୋଇଯାଇଥିଲେ ।

ପରେ ଆନ୍ଦୋଳନକାରୀମାନେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ଆନ୍ଦୋଳନରେ ସାମିଲ
ହୋଇଥିଲେ ଏବଂ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ଦାବୀପୂରଣ ନେଇ ଅଡ଼ି ବସିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ବସାଇ ଆଣି ଡ଼ାକ୍ତରଖାନାରେ ଛାଡ଼ିଦେଇଥିବା ବିଦ୍ୟାଧରପୁରର ଦୁଇ ଯୁବକଙ୍କୁ ଆସନ୍ତା କାଲି ସୁଦ୍ଧା ଗିରଫ କରିବାର ପ୍ରତିଶୃତି ଦେଇଥିଲେ ।

ଆସନ୍ତାକାଲି କ୍ଷତିପୂରଣ ନେଇ ଅଲୋଚନା କରିବା ପାଇଁ ଘୋଷଣା ପରେ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version