Site icon Odisha.com

ବରଗଡ଼ ପଞ୍ଚାୟତ ନିର୍ବାଚନ: ୧୯୯୬ ବୁଥ୍ ଉତ୍ତେଜନା ପ୍ରବଣ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ୩୦୪୦୧ଟି ବୁଥ୍ ମଧ୍ୟରୁ ୧୯୯୬ଟି ଉତ୍ତେଜନା ପ୍ରବଣ ଥିବା ବେଳେ ୧୪୦୫ଟି କେନ୍ଦ୍ର ଅଣ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ହୋଇଛି ।

୧୨ଟି ବ୍ଲକ୍ ରେ ୩୪ଟି ଜିଲ୍ଲା ପରିଷଦ ଓ ୨୪୮ଟି ଗ୍ରାମପଞ୍ଚାୟତ ସଭ୍ୟପଦ ପାଇଁ ମୋଟ ୩୪୦୧ ଟି ବୁଥ୍ ରେ ୭୭୨୭୯୬ ଜଣ ଭୋଟର ମତଦାନ କରିବେ ।

ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପତିଆରା ବିସ୍ତାର କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନରେ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ କେବଳ ୨୦ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବରଗଡ଼ ସହରରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ସମସ୍ତ ପ୍ରାର୍ଥୀ ଓ ସମର୍ଥକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ଜିଲ୍ଲାର ୧୨ଟି ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟରୁ ୩ଟି ସାଧାରଣ ବର୍ଗ, ୨ଟି ସଧାରଣ ବର୍ଗ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ, ପଛୁଆ ବର୍ଗ ମହିଳାଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମାହିଳାଙ୍କ ଲାଗି ଗୋଟିଏ ଲେଖାଏଁ ସଂରକ୍ଷିତ ରଖାଯାଇଛି ।

ସେହିପରି ମୋଟ ୩୪ଟି ଜିଲ୍ଲାପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜନଜାତି, ଜାତି ଓ ସାଧାରଣ ବର୍ଗ ମହିଳାଙ୍କ ପାଇଁ ୪ଟି ଲେଖାଏଁ, ପଛୁଆ ବର୍ଗ ମହିଳାଙ୍କ ପାଇଁ ୫ଟି, ସାଧାରଣ ବର୍ଗ ପାଇଁ ୬ଟି, ପଛୁଆ ବର୍ଗଙ୍କ ଲାଗି ୫ଟି, ଅନୁସୂଚିତ ଜନଜାତି ଓ ଜାତି ପାଇଁ ୩ଟି ଲେଖାଏଁ ଆସନ ଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version