Site icon Odisha.com

ମାର୍ଚ୍ଚ ୧୨ ପରିବର୍ତେ ୧୯ରେ ମ୍ୟାଟ୍ରିକ ପରୀକ୍ଷା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ୧୨ ପରିବର୍ତେ ୧୯ ତାରିଖରୁ ଆରମ୍ଭ ହେବ ବୋଲି ଶନିବାର ପରିଷଦ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ଯୋଗୁଁ ସ୍କୁଲ ଗୃହ ଗୁଡ଼ିକ ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ପରୀକ୍ଷା ଘୁଂଚାଇ ଦିଆଯାଇଥିବା ପରିଷଦର ଜଣେ ଅଧିକାରୀ କହିଛନ୍ତି ।

ପରୀକ୍ଷା ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ
ପରୀକ୍ଷା ଦେବେ । ପରୀକ୍ଷା ପାଇଁ ନୂଆ କାର୍ଯ୍ୟସୂଚୀ ପ୍ରକାଶ ପାଇବ ଏବଂ ଜୁନ୍ ସୁଦ୍ଧା ପରୀକ୍ଷା ଫଳ
ବାହାରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version