ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଜାନୁୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକର ବହୁଚର୍ଚ୍ଚିତ କଲେଜ ଛାତ୍ରୀ ସସ୍ମିତା ମୃତ୍ୟୁ ଘଟଣାରେ ଛାତ୍ରୀଙ୍କ ପରିବାରକୁ ସହାୟତା ଦେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ପଠାଇଛନ୍ତି ।
ସଂପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ବଳାତ୍କାରଜନିତ ହତ୍ୟା ନୁହେଁ ତାହା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବା ପରେ ଜିଲାବ୍ୟାପୀ ଦେଖାଦେଇଥିବା ଛାତ୍ର ଅଶାନ୍ତିରେ ପୂର୍ଣ୍ଣଛେଦ ପଡ଼ିଛି ।
ତେବେ ଘଟଣାର ସତ୍ୟତା ଜାଣିବା ପାଇଁ ମହିଳାମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ବହୁ ମହିଳା
ସଂଗଠନ କର୍ମକର୍ତା ଶନିବାର ଭଦ୍ରକ ଗସ୍ତ କରି ଆଲୋଚନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ବନ୍ତ ବ୍ଲକ ଆରପଡ଼ା ଥାନା ଅର୍ନ୍ତଗତ କାବରଙ୍ଗ ରାଣିପୁର ଗ୍ରାମର ସସ୍ମିତାଙ୍କ
ସନ୍ଦେହଜନକ ମୃତ୍ୟୁ ପରେ ଜିଲ୍ଲାବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply