Site icon Odisha.com

ଖୋର୍ଦ୍ଧା ପରେ ମୟୁରଭଞ୍ଜରେ ବାର୍ଡ଼ଫ୍ଲୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ପରେ ମୟୁରଭଞ୍ଜ ଜିଲ୍ଲାରେ ବାର୍ଡ଼ଫ୍ଲୁ ଚିହ୍ନଟ ହୋଇଥିବା ସୋମବାର ଜଣେ ଅଧିକାରୀ କହିଛନ୍ତି ।

ଏହି ଅଂଚଳରୁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିବା ୪୧ଟି ନମୂନା ମଧ୍ୟରୁ ଗୋଟିକରେ ବାର୍ଡ଼ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିଛି, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ଅଂଚଳର ୩ କିଲୋମିଟର ପରିଧି ମଧ୍ୟରେ କୁକୁଡା ଓ ଅଣ୍ଡା ନେବା ଆଣିବା ଉପରେ କଟକଣା ଜାରି କରାଯାଇଛି ।

ସେହିପରି ଗତ ଚାରିଦିନ ମଧ୍ୟରେ କେରଙ୍ଗ ଓ ଏହାର ଆଖପାଖ ଅଂଚଳରୁ ୩୪ ହଜାରରୁ ଉଦ୍ଧ୍ୱର୍ କୁକୁଡା ଓ ବତକ ମରାଯାଇଛି ଏବଂ ପ୍ରାୟ ୨୦ ହଜାର ଅଣ୍ଡା ନଷ୍ଟ କରାଯାଇଛି ।

ବାର୍ଡ ଫ୍ଲୁ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ
ଆରମ୍ଭ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version