ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଜାନୁୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ ମଂଚେଶ୍ୱର ଷ୍ଟେସନ୍ରେ ରବିବାର ଟ୍ରେନ୍ ରୁ ଖସିପଡ଼ି ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତ୍ୟୁ ହୋଇଛି ।
ସଂପୃକ୍ତ ଟିଟିଇଙ୍କ ନାଁ କୋରନାଥ ସାହୁ ଓ ତାଙ୍କ ଘର ରଙ୍ଗମାଟିଆ ଅଂଚଳରେ ।
ସେ ନୂଆଦିଲ୍ଲୀ ପୁରୀ ନୀଳାଚଳ ଏକ୍ସପ୍ରେସରେ ଆସୁଥିବା ସମୟରେ ମଂଚେଶ୍ୱର ଷ୍ଟେସନରେ ଓହ୍ଲାଇବା
ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ।
ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଂଚଳର ଲୋକମାନେ ଷ୍ଟେସନ୍ ରେ ପହଂଚିଥିଲେ ଓ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply