Site icon Odisha.com

ସାହିତ୍ୟ ଏକାଡ଼େମୀ ପୁରସ୍କାର ନିଷ୍ପତି ବାତିଲ ଦ।ବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୧୧ ବର୍ଷ ପାଇଁ ଘୋଷଣା କରାଯାଇଥିବା ପୁରସ୍କାରକୁ ବାତିଲ କରିବା ପାଇଁ ମୁକ୍ତ ସାହିତ୍ୟ ମଂଚ ପକ୍ଷରୁ ଦ।ବି କରାଯାଇଛି ।

ଏହାସହ ଏକାଡ଼େମୀର ପରାମର୍ଶାତା ପରିଷର ଆବାହକ ବିଭୂତି ପଟ୍ଟନାୟକଙ୍କୁ ବରଖାସ୍ତ କରିବାକୁ ମଂଚ ପକ୍ଷରୁ ରବିବାର ଏକ ବୈଠକରେ ପୁରସ୍କାର ସଂପର୍କରେ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ମତାମତ ଆହ୍ୱାନ କରାଯାଇଛି ।

ପୁରସ୍କାର ପାଇଁ ପ୍ରାଥମିକ ଭିତ୍ତି ତାଲିକା ପ୍ରସ୍ତୁତିରେ ଜଣେ ପ୍ରଶାସକଙ୍କ ୧୧ଟି ପୁସ୍ତକକୁ ସ୍ଥାନ ଦିଆଯିବା, ପୁରସ୍କାରପ୍ରାପ୍ତ “ଅଚିହ୍ନା ବାସଭୂମି’ ବହୁପରେ ପ୍ରକାଶିତ ହୋଇଥିଲେ ମଧ୍ୟ ତାହାର ପ୍ରକାଶକୁ ୨୦୦୯ ବୋଲି ଦର୍ଶାଇ ପୁରସ୍କାର ପ୍ରକ୍ରିୟାରେ ସାମିଲ କରିବା ଆଦି ଏକାଡ଼େମୀ ପୁରସ୍କାର ଚୟନର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବାରୁ ଏହାର ପ୍ରତିକାର ପାଇଁ ଆଲତର ଦ୍ୱାରସ୍ଥ ହେବାକୁ ବୈଠକରେ ମତପ୍ରକାଶ ପାଇଛି ।

ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ଫନି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ତମ୍ଭକାର ପଂଚାନନ କାନୁନ୍ଗୋ ଓ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version