Site icon Odisha.com

ପିପିଲି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ପୋଲିସ ରବିବାର ଗିରଫ କରିଛି ।

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଜଟଣୀ ଷ୍ଟେସନ ନିକଟରୁ ତାକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି । ଗତକାଲି ପ୍ରଶାନ୍ତଙ୍କ ସହ ଅନ୍ୟ ତିନି ଅଭିଯୁକ୍ତଙ୍କ ଫଟୋ କ୍ରାଇମବ୍ରାଞ୍ଚ ଜାରି କରିଥିଲା ।

ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାତ୍କାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ଘଟଣାର ପରିନ ପରିବାର ଲୋକେ ପିପିଲି ଥାନାରେ ତିନି ତିନିଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ରଖିନଥିଲା ।

ତେବେ ଗତ ଶନିବାର ପୀଡ଼ିତାଙ୍କୁ ସାଙ୍ଗରେ ନେଇ ତାଙ୍କ ପରିବାର ଲୋକେ ମହିଳା କମିଶନଙ୍କ
ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version