Site icon Odisha.com

ସୁଟିଂ ଚାମ୍ପିଅନସିପ୍ରେ ଓଡ଼ିଶାର ଶ୍ରୀୟଙ୍କାଙ୍କୁ ରୌପ୍ୟ ପଦକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଦୋହା ଠାରେ ଅନୁଷ୍ଠିତ ୧୨ତମ ଏସିଆନ ସୁଟିଂ ଚାମ୍ପିଅନସିପ୍ରେ ଓଡ଼ିଶା ଶ୍ରୀୟଙ୍କା ଷଡ଼ଙ୍ଗୀ ରୌପ୍ୟ ପଦକ ହାସଲ କରିଛନ୍ତି ।

ସମ୍ବଲପୁର ନିବାସୀ କର୍ଣ୍ଣଲ ଏସ୍.ସି.ଷଡ଼ଙ୍ଗୀ ଏବଂ ସୁଧା ଷଡ଼ଙ୍ଗୀଙ୍କ କନ୍ୟା ଶ୍ରୀୟଙ୍କା ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲରେ ଏହି ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛନ୍ତି ।

ସେହିପରି ଗତ ୨୦୧୧ ଅକ୍ଟୋବରରେ କୁୱେତ୍ରେ ଅନୁଷ୍ଠିତ ଏସିଆନ ଏୟାର ଗନ୍ ଚାମ୍ପିଅନସିପ୍ରେ ଅର୍ନ୍ତଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

୨୦୧୦ରେ ଜର୍ମାନୀରେ ଅନୁଷ୍ଠିତ ୫୦ତମ ଆଇଏସ୍ଏସ୍ଏଫ୍ ସୁଟିଂ ଚାମ୍ପିୟନସିପ୍ରେ ପ୍ରତିନିଧିତ୍ୱ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version