Site icon Odisha.com

କନ୍ଧମାଳ: ନିଅାଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଶୀତ ଯୋଗୁଁ ନିଅାଁ ଜାଳି ଶୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ ପାଂଚ ଜଣ ଅସୁସ୍ଥ ହୋଇଛନ୍ତି ।

ବାଲିଗୁଡ଼ା ସହରରେ ଗୋଟିଏ ପରିବାରର ଛଅ ଜଣ ନିଅାଁ ଜାଳି ଶୋଇଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ପରିବାରର ପଡ଼ୋଶୀ ଲୋକ ଭୋର ସକାଳୁ ନିଅାଁ ଗନ୍ଧ ଜାଣି ଘରର କବାଟ ଭାଙ୍ଗି ଭିତରକୁ ଯାଇଥିଲେ ।

ଭିତରେ ଥିବା ସମସ୍ତଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ୭୦ ବର୍ଷ ବୟସ୍କ ଅରକ୍ଷିତ ପାତ୍ରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version