Site icon Odisha.com

ତୈଳବିଶୋଧନଗାର ପାଚେରୀ ନିର୍ମାଣକୁ ବିରୋଧ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ସ୍ଥିତ ଭାରତୀୟ ତୈଳ ନିଗମର ବିଶୋଧନଗାର ପାଚେରୀ ନିର୍ମାଣକୁ ବସ୍ତି ଅଂଚଳରେ ରହୁଥିବା ଲୋକଙ୍କ ବିରୋଧ ଯୋଗୁଁ ମଙ୍ଗଳବାର ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି ।

ଘଂଗାଇଲା ଠାରେ ରହିଆସୁଥିବା ଏହି ବସ୍ତିର ପରିବାର ଗୁଡ଼ିକୁ ୧୯୯୮ରେ ପାରାଦୀପ ବନ୍ଦର କୋଇଲା ପ୍ଲାଂଟ ସଂପ୍ରସାରଣ ସମୟରେ ଭିତରଘର ଠାରେ ଥଇଥାନ କରାଯାଇଥିଲା ।

ଏହି ସ୍ଥାନରେ ରହିବା ପାଇଁ ସଂପୃକ୍ତ ପରିବାର ଗୁଡ଼ିକ ଜାଗା ପାଇଥିଲେ କିନ୍ତୁ ବର୍ତମାନ ଏହା ତୈଳବିଶୋଧନଗାର ପ୍ରକଳ୍ପ ଅଂଚଳରେ ରହିଛି ।

କେତେକ ପରିବାର ବେଆଇନ ଭାବେ ଏଠାରେ ରହୁଥିବାରୁ ଜାଗା ଛାଡ଼ିବା ପାଇଁ କୁଜଙ୍ଗ ତହସିଲାର ଗତ ଜୁନ୍ ୨୦ରେ ନୋଟିସ୍ ଜାରି କରିଥିଲେ । ଏହାସତ୍ୱେ ମଧ୍ୟ ଲୋକମାନେ ସେହିସ୍ଥାନ ଛାଡ଼ିନଥିଲେ ।

ତେବେ ଠିକ।ଦ।ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଖବର ପାଇ ଶତାଧିକ ଲୋକ ସେଠାରେ ପହଂଚି ବିରୋଧ କରିଥିଲେ । ଠିକ୍ ଭାବେ ଥଇଥାନ କରିବା ପରେ ଏଠାରେ ରହୁଥିବା ପରିବାର ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଲୋକମାନେ ଦ।ବି କରିଛନ୍ତି ।

ଆମେ ପାଚେରୀ ନିର୍ମାଣକୁ ବିରୋଧ କରୁନାହୁଁ କିନ୍ତୁ ଥଇଥାନ ନକରି ବେଆଇନ ଭାବେ ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରୁଛୁ । ଏହାଦ୍ୱାରାପ୍ରାୟ ୧୨୮୫ ପରିବାର ପ୍ରଭାବିତ ହେବେ,ସଂପୃକ୍ତ ବସ୍ତି ଅଂଚଳରେ ରହୁଥିବା ବରେନ ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version