Site icon Odisha.com

ଭଦ୍ରକ: ମହିଳାଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ଦ।ବିରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ,ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମହିଳାଙ୍କୁ ସୁରକ୍ଷା ତଥା ଅନ୍ୟାନ୍ୟ ଦ।ବିରେ ମଙ୍ଗଳବାର ଭଦ୍ରକ ଠାରେ ସିପିଆଇଏମ୍ଏଲ୍ ପକ୍ଷରୁ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

କର୍ମୀମାନେ ଏକ ଶୋଭାଯାତ୍ରାରେ ଚାନ୍ଦବାଲି ବାଇପାସରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ ।

ମୃତ କଲେଜ ଛାତ୍ରୀ ସସ୍ମିତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସରକାରୀ ସାହାଯ୍ୟ ପ୍ରଦାନ,ପିପିଲି ଗଣ ବଳାତ୍କାରର ସିବିଆଇ ତଦନ୍ତ ସହ ସେଥିରେ ସଂପୃକ୍ତ ଥିବା ଅପରାଧି ନେତାଙ୍କୁ ଦଣ୍ଡ ପ୍ରଦାନ ଦ।ବିକରି ସିପିଆଇଏମ୍ଏଲ୍ର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭାର ଆୟୋଜନ କରିଥିଲେ ।

କେବଳ ପିପିଲି ନୁହେଁ,ବାଲିଆପାଳ,ପାଇକମାଳ,ବ୍ରହ୍ମପୁର ଓ ରାଜଗାଙ୍ଗପୁର ଭଳି ଆଜି ସାରା ଓଡ଼ିଶାରେ ଯେଉଁ ଗଣବଳାତ୍କାର ଓ ହତ୍ୟାର ବିଭିଷିକା ଚାଲିଛି ସେଥିରେ ବହୁ ଅସାଧୁ ରାଜନୈତିକ ଦଳର ନେତା,ପ୍ରଶାସନ ଓ ପୁଲିସ ସଂପୃକ୍ତ ଥିବାରୁ ପ୍ରକୃତ ଘଟଣାର କାରଣ ସଂପର୍କରେ ମୁଖ୍ୟମନ୍ତ୍ରୀ ଦ।ୟୀ ବୋଲି ବକ୍ତାମାନେ କହିଥିଲେ ।

ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version