Site icon Odisha.com

ଚିଲିକାରେ ଡ଼ଲ୍ଫିନ୍ ସଂଖ୍ୟା ହ୍ରାସ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଚିଲିକାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡ଼ଲଫିନ୍ଙ୍କ ସଂଖ୍ୟା ହ୍ରାସ ପାଇଛି ।

ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୧ ହ୍ରାସ ପାଇ ୧୪୫ରେ ପହଂଚିଛି । ଗତ ୧୬ ଓ ୧୭ ତାରିଖରେ
ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି ବୋଲି ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଗତ ଶ ବର୍ଷ ମଧ୍ୟରେ ୫୭ ଡ଼ଲଫିନ୍ ବଢିଥିବା ବେଳେ ୭୫ଟି ମରିଯାଇଥିବା ଜଣାପଡ଼ିଛି । ଡ଼ଲ୍ଫିନ ଶାବକଙ୍କ ସଂଖ୍ୟା ଗତ ବର୍ଷ ୪ ଥିବା ବେଳେ ଏହା ଚଳିତ ୧୦କୁ ବୃଦ୍ଧି ପାଇଛି ।

୨୦୧୧ରେ ୧୩୧ଟି ବୟସ୍କ ୨୧ଟି ମଧ୍ୟ ବୟସ୍କ ଏବଂ ୪ଟି ଶାବକଙ୍କ ସହ ମୋଟ୍ ୧୫୭ଟି ଡ଼ଲଫିନ୍
ଥିବାବେଳେ ବର୍ତମାନ ୧୧୨ଟି ବୟସ୍କ ୧୪ଟି ମଧ୍ୟ ବୟସ୍କ ଏବଂ ୧୦ଟି ଶାବକଙ୍କ ସହ ସମୁାୟ
୧୪୫ଟି ଡ଼ଲ୍ଫିନ୍ ଅଛନ୍ତି । ସେହିପରି ୨୦୧୧ ଏବଂ ୧୨ରେ ଗୋଟିଏ ଲେଖାଏଁ ଡ଼ଲ୍ଫିନ୍ଙ୍କ ମୃତ୍ୟୁ ହୋଇଛି ।

ତେବେ ଡ଼ଲ୍ଫିନ୍ ସଂପର୍କରେ ଠିକ୍ ସୂଚନା ପାଇଁ ମୁହାଣରେ ଏକ ସ୍ଥାୟୀ ହାଇଡ଼୍ରୋଫୋନ୍ ବ୍ୟବସ୍ଥା କରାଯିବ । ଏନେଇ ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version