ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ଗିରଫ ହୋଇ ଫେରାର୍ ହୋଇଯାଇଥିବା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧିକାରୀଙ୍କ ନାଁରେ ବୁଧବାର ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।
ଥାନାଅଧିକାରୀ ବିମଳ ନାୟକଙ୍କ ନାଁରେ ନିମାପଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗିରଫ ପରୱାନା ଜାରି କରିଛନ୍ତି । ନାୟକଙ୍କ ନାଁରେ ଗିରଫ ପରୱାନା ଜାରି କରିବାକୁ ପୋଲିସ କୋର୍ଟରେ ଆବେନ କରିଥିଲା ।
ଗତ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଂଚ ନେବାବେଳେ ନାୟକଙ୍କୁ
ଭୁବନେଶ୍ୱର ଭିଜିଲାନ୍ସର ଏକ ଦଳ ଗିରଫ କରିଥିଲା ।
ପରେ ସ୍ଥାନୀୟ ଅଂଚଳର ଲୋକମାନେ ଥାନାରେ ପହଂଚି ଭିଜିଲାନ୍ସ ଅଧିକାରୀଙ୍କ ଠାରୁ ତାଙ୍କୁ ଛଡ଼ାଇ ନେଇଥିଲେ । ସେହିଦିନ ଠାରୁ ସେ ଫେରାର୍ ଅଛନ୍ତି ।
ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ବେଳେ ଏହି ଘଟଣାରେ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply