Site icon Odisha.com

ବାର୍ଡ଼ଫ୍ଲୁ: ବାହାନଡ଼ାରେ କୁକୁଡ଼ା ମରା ଅଭିଯାନ ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପା, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲାରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ପରେ ବୁଧବାର ଠାରୁ ସେଠାରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି ।

କେନ୍ଦ୍ର ସରକାରଙ୍କ ଅନୁମୋନ କ୍ରମେ ବାହାନଡ଼ା ଅଂଚଳର ତିନି କିଲୋମିଟର ମଧ୍ୟରେ କୁକୁଡ଼ା, ବତକ ମାରିବା ପାଇଁ ରାଜ୍ୟ ସରକାର ଅନୁମତି ବୋ ପରେ ୨୦ଟି ରାପିଡ଼୍ ରିଆକ୍ସନ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଶଟି ଟିମ୍କୁ କୁକୁଡ଼ା ମାରିବା ତଥା ସେମାନଙ୍କୁ ପୋତିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ଅନ୍ୟ ଦଶଟି ଟିମ୍ ଲୋକଙ୍କୁ ସଚେତନ କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସମୁାୟ ୩୦ଟି ଗ୍ରାମର ପାଂଚ ହଜାର କୁକୁଡ଼ା ଏବଂ ବତକଙ୍କୁ ମରାଯିବ । ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଭଳି ଏଠାରେ ମଧ୍ୟ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ଜିଲ୍ଲାରେ ବାର୍ଡ଼ଫ୍ଲୁ ନେଇ ଅଭିଯୋଗ ଆସିବା ପରେ ୪୧ଟି ରକ୍ତ ନମୂନା ସଂଗ୍ରହ କରାଯାଇ ଭୋପାଳପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ଏଥିରୁ ବାହାନଡ଼ା ଗ୍ରାମରୁ ଯାଇଥିବା ନମୂନାରେ ଏଚ୍୫ଏନ୍୧ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version