Site icon Odisha.com

ଶିଶୁ ସାହିତ୍ୟିକ ବିଜୟ ମହାପାତ୍ରଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଶିଶୁ ସାହିତ୍ୟିକ ବିଜୟ ମହାପାତ୍ରଙ୍କ ବୁଧବାର ପରଲୋକ ହୋଇଯାଇଛି ।

ଦୀର୍ଘ ଆଠ ମାସ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ କଟକ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ।

ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । ତାଙ୍କ ଦ୍ୱାରାସଂପାଦିତ ଶିଶୁ ପତ୍ରିକା “ସୁନା ଭଉଣୀ’ ଶହେଟି ଭାଷାରେ ପ୍ରକାଶିତ ହୋଇ ଲିମ୍କା ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି ।

ପାକନପୁର ଗ୍ରାମର ମହାପାତ୍ର ଛୋଟବେଳୁ ଭୋକ ଉପାସରେ ରହି ସାହିତ୍ୟ ସାଧନାରେ ନିଜକୁ ହଜାଇେଇ ଶିଶୁ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ ।

ବିଜୟ ୧୯୯୦ ମସିହାରେ ପ୍ରଥମେ ଓଡିଆ ଭାଷାରେ ଏହି ପତ୍ରିକା ପ୍ରକାଶ କରିଥିଲେ ।

ପରେ ସେ ଏହାକୁ ୨୦୦୭ ସୁଦ୍ଧା ହିନ୍ଦୀ, ଇଂରାଜୀ, ବଙ୍ଗଳା, ମରାଠୀ, ଗୁଜୁରାଟୀ, ଉର୍ଦ୍ଦୁ, ତାମିଲ, କାନାଡା, ମାଲାୟଲମ, ଡୋଗରୀ, କାଶ୍ମୀରି, କୁଇ, ନେପାଳୀ, ମଣିପୁରୀ, ଭୋଜପୁରୀ, ପଞ୍ଜଦଦାବୀ, ସିନ୍ଧି ଭାଷାରେ ପ୍ରକାଶ କରିଥିଲେ ।

ସେ ତାଙ୍କ ଗାଁରେ ଏକ ଛୋଟ ଲାଇବ୍ରେରୀ ତଥା ସଂଗ୍ରହାଳୟ କରି ସେଠାରେ ଅନେକ ପୁରୁଣା ବହି ହସ୍ତଲିପି ଗଚ୍ଛିତ କରି ରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version