Site icon Odisha.com

ଓଡ଼ିଆ ଝିଅ ପ୍ରସନ୍ନତା ପାଇବେ ସାହସିକତା ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲା ନିଶା ଗ୍ରାମର ଝିଅ ପ୍ରସନ୍ନତା ଶାଣ୍ଡିଲ୍ୟ ଜାତୀୟ ଶିଶୁ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।
ଦେଶର ବିଭିନ୍ନ ପ୍ରାନ୍ତର ୨୪ଜଣ ଶିଶୁଙ୍କୁ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଗତ ବର୍ଷ ଅପ୍ରେଲ ୧୨ରେ ପାଂଚ ଜଣ ଡ଼କାୟତ ତାଙ୍କ ଘରକୁ ଆସିଥିବା ବେଳେ ପ୍ରସନ୍ନତା
ସାହସିକତାର ସହ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଦେଇଥିଲେ । ଫଳରେ ଡ଼କାୟତଙ୍କ
ଆକ୍ରମଣରୁ ପରିବାର ଲୋକ ରକ୍ଷା ପାଇଯାଇଥିଲେ ।

ପ୍ରସନ୍ନତା ବର୍ତମାନ ଅନୁଗୁଳ ସ୍ଥିତ ଓପି ଜିନ୍ଦଲ ସ୍କୁଲରେ ପାଠ ପଢୁଛନ୍ତି । ପୁରସ୍କୃତ ହେବାକୁ ଥିବା ଶିଶୁଙ୍କ ମଧ୍ୟରେ ଅଛନ୍ତି ୮ଜଣ ଝିଅ ଓ ୧୬ଜଣ ପୁଅ ।

ଓଡ଼ିଶା ଡ଼ଟ୍ କମ୍

Exit mobile version